ବ୍ରହ୍ମପୁରରେ ଗଞ୍ଜେଇ କାରବାରରେ ଗିରଫ ଅଭିଯୁକ୍ତ କରୋନା ପଜିଟିଭ 

ଆଜି ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି

image source--long island press

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରୁ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଂଜେଇ କାରବାର ମାମଲାରେ ବଡ଼ ବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟର୍‌କୁ ପଠାଯାଇଥିବା ସୂଚନା ମିଳିଛି।

ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆଜି ପର୍ଯ୍ୟନ୍ତ ମୋଟ ୧୫ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ହୋଇ ସାରିଲେଣି। ପାଟପୁର ଥାନା ଆଡ଼ପଡ଼ା ଅଞ୍ଚଳରୁ ଏକ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଗତକାଲି ପଜିଟିଭ୍‌ ହୋଇଥିଲେ। ଆଜି କାଳୁପାତ୍ର ସାହିର ଅଭିଯୁକ୍ତ(୫୨ବର୍ଷ) ଜଣକ ପଜିଟିଭ୍‌ ହୋଇଛନ୍ତି। ଚଢ଼ଉ ସମୟରେ ପ୍ରଶାସନ ଓ ଅବକାରୀ ବିଭାଗର ବହୁ ଅଧିକାରୀ ଏବଂ କିଛି ସାମ୍ବାଦିକ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଗତ ୩୦ତାରିଖରେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରି ୧ତାରିଖରେ କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ତାଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ପଜିଟିଭ୍‌ ରିପୋର୍ଟ ଆସିଛି।

ପ୍ରଶାସନର ଟିମ୍‌ ଗତ ୩୦ତାରିଖରେ ବଡ଼ ବଜାର ଇଲାକାରେ ଯାଞ୍ଚ କରୁଥିଲା। ଏହି ସମୟରେ ଜଣେ ବାଳକ ଏକ ବ୍ୟାଗ୍‌ରେ କିଛି ସାମଗ୍ରୀ ଧରି ଯାଉଥିଲା। ଯାଞ୍ଚ ପରେ ସେଥିରୁ ସିଗାରେଟ୍‌ ପ୍ୟାକେଟ୍‌ ଜବତ ହୋଇଥିଲା। ଗଂଜେଇ ଗନ୍ଧ ହେବାରୁ ପ୍ରଶାସନିକ ଟିମ୍‌କୁ ସନ୍ଦେହ ହୋଇଥିଲା। ସିଗାରେଟ୍‌ ବାହାର କରି ଦେଖିବା ବେଳେ ଭିତରେ ଗଂଜେଇ ଭର୍ତ୍ତି ହୋଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ବାଳକଙ୍କୁ ପଚାରିବାରୁ କାଳୁପାତ୍ର ସାହିରୁ ଏହି ଗଂଜେଇ ସିଗାରେଟ୍‌ ଆଣିଥିବା କହିଥିଲା। ସେ ନେଇ ପ୍ରଶାସନ ଓ ଅବକାରୀ ବିଭାଗର ଟିମ୍‌ କାଳୁପାତ୍ର ସାହିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା।

ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ କହନ୍ତି, ପଜିଟିଭ୍‌ ନେଇ ଖବର ଆସିଛି। ଆସନ୍ତା କାଲି ସ୍ପଷ୍ଟ ରିପୋର୍ଟ ହସ୍ତଗତ ହେବା ପରେ ଯେଉଁ କର୍ମଚାରୀଙ୍କ ଲକ୍ଷଣ ଥିବ ତାଙ୍କର ପରୀକ୍ଷା କରାଯିବ ବୋଲି କହିଛନ୍ତି। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାମଚନ୍ଦ୍ର ମିଶ୍ର କହନ୍ତି, ଯେଉଁ କର୍ମଚାରୀମାନେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଆବଶ୍ୟକସ୍ଥଳେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe