ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

Advertisment
ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

ବୌଦ୍ଧ : ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବୌଦ୍ଧ ଜିଲ୍ଲା ପନଖିମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆ(୨୪) ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଟାଙ୍ଗିଆନିସା ଗ୍ରାମର ଅଜିତ କହଁର(୨୮)ଙ୍କୁ ବୌଦ୍ଧ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୬ କେଜି ୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ବାଇକ୍‌ (ଓଡି ୨୭ ଏ ୫୭୩୬)କୁ ମଧ୍ୟ ଜବତ କରାଯାଇଛି। ମଙ୍ଗଳବାର ସେମାନେ ସମାପାଜୁରୁ ବୌଦ୍ଧ ପଟକୁ ବାଇକ୍‌ରେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଏସ୍‌ଆଇ ପୁରୁ‌ଷୋତ୍ତମ ସ୍ବାଇଁ ସଦଳବଳେ ସାନଗୋଛାପଡ଼ା ଛକରେ ଛକି ରହି ଧରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe