କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପୁଲିସ ରିମାଣ୍ଡ୍‌ରେ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ବାପା-ପୁଅଙ୍କ ୬ ଆକାଉଣ୍ଟ୍‌ ଯାଞ୍ଚ
ଅନ୍ତଃରାଜ୍ୟ ଲିଙ୍କ୍ ଖୋଜିବେ ୩ ସ୍ବତନ୍ତ୍ର ଟିମ୍ 
ଏସ୍‌ଟିଏଫ୍‌ ସହାୟତା କରିବ, ଭୁବନେଶ୍ବରରେ ତନାଘନା

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପଲ୍ଲୀ ବଡ଼ଦାଣ୍ତ ସାହିର କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ଗଞ୍ଜାମ ଜିଲ୍ଲା ପୁଲିସ ଦୁଇଦିନିଆ ରିମାଣ୍ଡ୍‌ରେ ଆଣିଛି। ପୁଲିସ ୪ ଦିନିଆ ରିମାଣ୍ତ ପାଇଁ କୋର୍ଟକୁ ନିବେଦନ କରିଥିଲା। କୋର୍ଟ ଦୁଇଦିନିଆ ରିମାଣ୍ଡ୍‌କୁ ମଞ୍ଜୁର କରିଥିବା ଆଜି ସନ୍ଧ୍ୟାରେ ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୧୨ କୋଟିର ସମ୍ପତ୍ତିର ମାଲିକ ରଜନୀକାନ୍ତ ୧୦ ବର୍ଷରୁ ଅଧିକ ‌ସମୟ ଧରି ଗଞ୍ଜେଇ ବେପାର କରି ଆସୁଥିଲା। ଫଳରେ ଅନ୍ତଃରାଜ୍ୟ ଗଞ୍ଜେଇ ଓ ଅଫିମ କାରବାର ଲିଙ୍କ୍‌ର ଛାନଭିନ୍ ପାଇଁ ଅତିରିକ୍ତ ଏସ୍‌.ପି. ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ବରେ ତିନୋଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଆଜି ଏକ ଟିମ୍ ଭୁବନେଶ୍ବର ଯାଇ ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି।

ରଜନୀକାନ୍ତ କନ୍ଧମାଳ ଜିଲ୍ଲାରୁ ଟନ୍ ଟନ୍ ଗଞ୍ଜେଇ ଆଣି ବାହାରକୁ ଚାଲାଣ କରିବା ସହ ରାଜ୍ୟରେ ନିଜ ନିଶା ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା। କନ୍ଧମାଳ ଏସ୍‌ପି ମଧ୍ୟ ଏଦିଗରେ ଖୋଳତାଡ଼ ଆରମ୍ଭ କରିଛନ୍ତି। ସେହିପରି ଏହି ନିଶା କାରବାର ଚେର କେଉଁ ଆଡ଼କୁ ଲମ୍ବିଛି ଓ ଏଥିରେ ଆଉ କେଉଁ ମାଫିଆ, ଅନ୍ତଃରାଜ୍ୟ ଚାଲାଣକାରୀ ସଂପୃକ୍ତି ଅଛନ୍ତି, ଏହା ଜାଣିବା ପାଇଁ ସ୍ବତନ୍ତ୍ର ଟାସ୍କ‌୍ ଫୋର୍ସ (ଏସ୍‌ଟିଏଫ୍)ର ସହଯୋଗ ନିଆଯିବ। ରଜନୀକାନ୍ତର ପୁଅକୁ ବି ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସ୍‌ପି ଶ୍ରୀ ରାଏ କହିଛନ୍ତି।

ଅନ୍ୟପକ୍ଷରେ ରଜନୀକାନ୍ତ ଓ ତା ପୁଅର ଆକ୍ସିସ୍‌ ବ୍ୟାଙ୍କ୍, ଇଣ୍ଡସ୍ ବ୍ୟାଙ୍କ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ବ୍ୟାଙ୍କ୍ ସମେତ ୬ଟି ବ୍ୟାଙ୍କ୍‌ର ଆକାଉଣ୍ଟ୍ ଯାଞ୍ଚ ହୋଇଛି। ରଜନୀକାନ୍ତ ଘରେ ସୁନା ବନ୍ଧକ ରଖି ଲୋକଙ୍କୁ ଋଣ ମଧ୍ୟ ଦେଉଥିଲା। ଏସବୁର ତଦନ୍ତ ଜାରି ରହିଛି।‌ ସେହିପରି ରଜନୀକାନ୍ତର ସଂପର୍କୀୟ ଓ ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି। ଆବଶ୍ୟକ ପଡ଼ିଲେ ସମସ୍ତଙ୍କୁ ମୁହାଁମୁହିଁ ଜେରା କରାଯିବ। ରଜନାକୀନ୍ତର ସମୁଦାୟ ସମ୍ପତ୍ତିର ଆକଳନ କରିବା ପାଇଁ  ଖଲ୍ଲିକୋଟ ତହସିଲଦାରଙ୍କୁ ଅବଗତ କରାଯାଇଛି।

ସୂଚନା ଥାଉକି, ଗତକାଲି କୋଟିପତି ନିଶା ବେପାରୀ ରଜନୀକାନ୍ତର ଘରୁ ୭୫ ଲକ୍ଷ ଟଙ୍କା, ସାଢ଼େ ୮ କିଲୋ ସୁନା ଗହଣା, ବିପୁଳ ରୁପା ଅଳଙ୍କାର ସହିତ ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଗତକାଲି ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe