ବାଇକ୍ ସହିତ ଗଞ୍ଜେଇ ଜବତ, ଦୁଇ ଗିରଫ

Advertisment
ବାଇକ୍ ସହିତ ଗଞ୍ଜେଇ ଜବତ, ଦୁଇ ଗିରଫ

ବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଛକରୁ ପୁଲିସ ଏକ ବାଇକ୍‌ରୁ ୨୪କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଯୁବକ ମାଛକୁଣ୍ଡ ନିକଟସ୍ଥ ମଜାପୁଟ ଗ୍ରାମର ରଘୁନାଥ କୁମ୍ଭାର ଓ ବିଜୟ ବଡ଼ନାୟକ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ବୈପାରିଗୁଡ଼ା ପୁଲିସ ପକ୍ଷରୁ ଗତକାଲି ସକାଳେ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ଟାଙ୍ଗିଣିଗୁଡ଼ା-ବୈପାରିଗୁଡ଼ା ରାସ୍ତାର ଲକ୍ଷ୍ମୀପୁର ଛକରେ ପୁଲିସ ସନ୍ଦେହରେ ଏକ ବାଇକ୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ବାଇକ୍‌ ଥିବା ଏକ ବସ୍ତାରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ବାଇକ୍‌ ଓ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏଥିସହ ପୁଲିସ ଏମାନଙ୍କ ଠାରୁ ଏକ ମୋବାଇଲ ଜବତ କରିଥିଲା। ଜବତ ଗଞ୍ଜେଇ ଓଜନ କରାଯିବା ପରେ ଏହା ୨୪କିଲୋ ୫୦୦ ଗ୍ରାମ ବୋଲି ପୁଲିସ ଜାଣିବାକୁ ପାଇଥିଲା। ପରେ ଏନେଇ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ଏହି ଚଢ଼ଉ ସମୟରେ ଏସ୍ଆଇ ପ୍ରଶାନ୍ତ କୁମାର ନିଶିକା, ଏସ୍ଆଇ ଏସ.ଏନ ପାଢ଼ୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe