୮ କ୍ବିଣ୍ଟାଲ ଗଞ୍ଜେଇ ସହ ପିକ୍‌ଅପ୍‌, ବାଇକ୍‌ ଜବତ: ଜଣେ ଗିରଫ

୮ କ୍ବିଣ୍ଟାଲ ଗଞ୍ଜେଇ ସହ ପିକ୍‌ଅପ୍‌, ବାଇକ୍‌ ଜବତ: ଜଣେ ଗିରଫ

ଘଣ୍ଟାପଡା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ତେଲନଦୀ କୂଳରୁ ପୁଲିସ ୮ କୁଇଣ୍ଟାଲ ଗଞ୍ଜେଇ ସହ ଏକ ବଲେରୋ ପିକ୍‌ଅପ୍‌ ଗାଡ଼ି ଓ ବାଇକ୍‌ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାରଖମା ଗ୍ରାମର ରୂପକ ଦିଗାଲ (୩୦ବର୍ଷ)ଙ୍କୁ ଗିରଫ କରିଛି। ଅନ୍ୟ ୪ ଜଣ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ଗାଁର ସୁନୀଲ ସାହୁ, କନ୍ଧମାଳ ଜିଲ୍ଲା କର୍ଣ୍ଣବେଡ଼ା ଗାଁର ଯଶୋବନ୍ତ ନାଏକ ଓ ମିଶ୍ର ନାଏକ ଏବଂ ଛତିଶଗଡ଼ ରାଜ୍ୟର ପ୍ରୀତ ଖୁଟେ ଫେରାର୍‌ ହୋଇଯାଇଛନ୍ତି।

ପୁଲିସର ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ତେଲନଦୀ କୂଳରୁ ପିକ୍‌ଅପ୍‌ ଗାଡ଼ି (ଓଡି ୦୩ ଆର୍‌ ୧୭୨୦)  ଓ ବାଇକ୍‌ ବାଇକ୍‌ ବାଇକ୍‌ (ଓଡି ୨୭ ଡି ୦୨୬୮)କୁ ପାଟ୍ରୋଲିଂ ଟିମ୍‌ ଅଟକାଇଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ଫେରାର୍‌ ‌ହୋଇଥିଲେ। କେବଳ ରୂପକଙ୍କୁ ପୁଲିସ କାବୁ କରିଥିଲା। ଏନେଇ ଘଣ୍ଟାପଡ଼ା ଥାନାରେ ୫୦/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ରୂପକଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe