୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୪ ଅଟକ

Advertisment

୯ଟି ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ

୯ଟି ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୪ ଅଟକ

ଜୟପୁର: ବିଶ୍ବର ସବୁକ୍ଷେତ୍ରରେ କରୋନା ପ୍ରଭାବ ଦେଖିବାକୁ ମିଳିଥିବାବେଳେ କିନ୍ତୁ ଗଞ୍ଜେଇ ଚାଲାଣକାରୀଙ୍କ ଉପରେ ପଡିନି ପ୍ରଭାବ। ପୂର୍ବରୁ ଯେପରି ଭାବେ ଚାଲାଣ ହେଉଥିଲା ସେହିପରି ଭାବେ ଚାଲାଣ ହେଉଛି ଗଞ୍ଜେଇ। ଏବେ ଗଞ୍ଜେଇ ଚାଲାଣକାରୀମାନେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ନୂଆ ପାଣିଟାଙ୍କିରେ ଗଞ୍ଜେଇ ଚାଲାଣ କରୁଥିବା ନଜରକୁ ଆସିଛି। ୯ଟି ସିନଟେକ୍ସ ପାଣି ଟାଙ୍କିରେ ୩୪ ପ୍ୟାକେଟ ଜରିମୁଣିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଧରାପଡିଛି ବୋଲି ବୋଲି ଏସଡିପିଓ ବରୁଣ ଗୁଣ୍ଟୁପାଲ୍ଲୀ ଓ ସଦର ଓଆଇସି ଆଦିତ୍ୟ ମହାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଜି ଜୟପୁର ସଦର ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ କୋରାପୁଟ ଜିଲ୍ଲାର ଦୁଇଜଣ ଓ ବିହାର ଭୋଜପୁର ଜିଲ୍ଲାର ଦୁଇଜଣଙ୍କୁ ଅଟକ ରଖିଥିବାବେଳେ ଆସନ୍ତାକାଲି ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସେମାନେ ହେଲେ ଜୟପୁର ସହର ଢେପଗୁଡାର ଅଶୋକ ପଲେଇଙ୍କ ପୁଅ ଅବିନାଷ ପଲେଇ (୨୪) ଓ ଟେଗ୍ ବାହାଦୂରଙ୍କ ପୁଅ ହୀରା ବାହାଦୂର (୩୩), ବିହାର ଭୋଜପୁର ଜିଲ୍ଲା ଡାମନ ଗାଁର କୈଳାଶ ଯାଦବଙ୍କ ପୁଅ ବିନୋଦ କୁମ‌ାର ଯାଦବ (୨୫) ଓ ରୁବନ ଗାଁର ରାମବ୍ରିଜ ସିଂହଙ୍କ ପୁଅ ରାହୁଲ କୁମାର(୧୮)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ୧୦୦୨.୪୦୦ କେଜି ଗଞ୍ଜେଇ ଜବତ କରିବା ସହ ଏକ ଟ୍ରକ, ୫ଟି ମୋବାଇଲ, ୨୩୨୦ ଟଙ୍କା ସହ ୯ଟି ପାଣିଟାଙ୍କି ଜବତ କରିଛି ପୁଲିସ। ଏହି ଘଟଣାର ମାଷ୍ଟାର ମାଇଣ୍ଡ କୁଲୁ ଶର୍ମା ଓ ଦିଲିପ ବାହାଦୂର ଫେରାର ରହିଥିବା ପୁଲିସ କହିଛି।

publive-image

ଗତକାଲି ଜୟପୁର ଘାଟି ନିକଟ ବନଦୂର୍ଗା ମନ୍ଦିର ନିକଟରେ ଗାଡି ନମ୍ବର(ଡବ୍ଲୁବି-୧୧-ବି-୪୮୯୨) ଟ୍ରକଟି ରାୟପୁର ଆଡକୁ ଯିବା ପାଇଁ ୯ଟି ପାଣିଟାଙ୍କିରେ ଗଞ୍ଜେଇ ବୋଝାଇ ଛିଡା ହୋଇଥିଲା। ବିଶେଷ ସୁତ୍ରରୁ ଓଆଇସି ଆଦିତ୍ୟ ମହାକୁର, ଏସଆଇ ପି.କେ ମହାନ୍ତି ଓ ଏଏସଆଇ ସପନ ସରକାର ଓ ତାଙ୍କ ଟିମ ସହ ପହଞ୍ଚିଥିଲେ। ପଚରାଉଚୁରା କରିବା ସହ ମାଜିଷ୍ଟ୍ର‌େଟ ଉପସ୍ଥିତିରେ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ପାଣି ଟାଙ୍କି ମଧ୍ୟରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe