୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଗିରଫ

Advertisment
୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଗିରଫ

ରାଉରକେଲା: ରାଉରକେଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ବ୍ରାହ୍ମଣୀତରଙ୍ଗ ପୁଲିସ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ଡି’ ସେକ୍ଟର ନିବାସୀ ଅଂଶୁ କୁମାର ବର୍ଣ୍ଣୱାଲ(୨୦), ରେଲୱେ କଲୋନିର ଅଜୟ ମାହାତୋ(୨୫), ବିହାର ଭୋଜପୁର ଜିଲ୍ଲା ନାରାୟଣପୁରର ପ୍ରଫୁଲ୍ଲ ପାଣ୍ଡେ(୨୪) ଓ ମନୋଜ କୁମ୍ଭାର(୨୯)। ଅଭିଯୁକ୍ତମାନଙ୍କଠାରୁ ୭୦ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୯୮ ହଜାର ଟଙ୍କା ହେବ। ଏହାସହ ନଗଦ ୩୫ ହଜାର ଟଙ୍କା ଜବତ ହୋଇଛି।

ବୁଧବାର ସକାଳେ ଅଭିଯୁକ୍ତମାନେ ଏକ ଧଳା ରଙ୍ଗର ନମ୍ବରବିହୀନ ମାରୁତି ସ୍ବିଫ୍ଟ ଡିଜାୟାର୍‌ କାର୍‌ରେ ଗଞ୍ଜେଇ ନେଇ ରାଉରକେଲା ପଟକୁ ଆସୁଥିବା ବ୍ରାହ୍ମଣୀତରଙ୍ଗ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସମୟ ପାଖାପାଖି ସକାଳ ୯ଟା। ସୂଚନାକୁ ଭିତ୍ତିକରି ବ୍ରାହ୍ମଣୀତରଙ୍ଗ ଥାନାଧିକାରୀ ଏ. ମହାକୁରଙ୍କ ନିର୍ଦ୍ଦେଶରେ ତଥା ସବଇନ୍ସପେକ୍ଟର ପି.କେ. ସାହୁଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟ ରାଜପଥ-୧୦ର ଭାଲୁପତ୍ରାଠାରେ ଆଗରୁ ଜଗି ରହିଥିଲେ। ଅଭିଯୁକ୍ତମାନେ ସେଠାରେ ପହଞ୍ଚିବାପରେ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ପରେ ଯାଞ୍ଚ କରିବାରୁ କାର୍‌ ଭିତରୁ ୩ ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା। ଉକ୍ତ ଗଞ୍ଜେଇକୁ ବିହାରକୁ ଚାଲାଣ କରିବାକୁ ସେମାନେ ଯୋଜନା କରିଥିଲେ। ତେବେ ନିର୍ଦ୍ଦିଷ୍ଟ କେଉଁଠାରୁ ଗଞ୍ଜେଇ ଆଣୁଥିଲେ ତାହା ସ୍ପଷ୍ଟ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe