କୋରାପୁଟ: ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କା ଗଞ୍ଜେଇ ଜବତ, ୩ ଗିରଫ

Advertisment
କୋରାପୁଟ: ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କା ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୁଲିସକୁୁ ଏକ ବଡ ଧରଣର ସଫାଳତା ମିଳିଛି। ହରିଆଣା ଚାଲାଣ ହେଉଥିବା ୨ କୋଟି ଟଙ୍କା ଗଞ୍ଜେଇକୁ ପୁଲିସ ଜବତ କରିଛି। ଏହି ଚୋରା ଗଞ୍ଜେଇ ଚାଲାଣ କାରବାର ସହିତ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୋମବାର ଭୋର ପ୍ରାୟ ୫ଟା ସମୟରେ ଥାନା ସମ୍ମୁଖରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଗଞ୍ଜେଇ ଚାଲାଣ ଟ୍ରକକୁ ଧରିବାରେ ସକ୍ଷମ ହୋଇଛି ପୋଲିସ।

ସୂଚନା ଅନୁସାରେ ବୋରିଗୁମ୍ମା ଥାନା ଅଧିକାରୀ ସୁଦାମ ସାହୁ ଏବଂ ଅତିରିକ୍ତ ଅଧିକାରୀ କଳାଧନ ବେହେରାଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିଲେ। ନବରଙ୍ଗପୁର ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଜୟପୁର ଅଭିମୁଖେ ଚାଲିଯିବାକୁ ଚେଷ୍ଟା କରିଥିଲା କିନ୍ତୁ ପୁଲିସ ସନ୍ଦେହ କରି ଟ୍ରକଟିକୁ ଅଟକାଇ ପଚରା ଉଚରା କରୁଥିବା ସମୟରେ ଟ୍ରକରୁ ଗଞ୍ଜେଇ ବାସ୍ନା ବାଜି ଥିଲା। ସନ୍ଦେହ ହେବାରୁ ଟ୍ରକକୁ ଛାନଭିନ କରିଥିଲେ।

publive-image

ପ୍ରଥମେ ଗଞ୍ଜେଇ ଭର୍ତ୍ତି କରାଯାଇ ତା’ଉପରେ ଝାଡୁ ରଖି କୌଶଳ ଭାବେ ଚାଲାଣ କରିବାକୁ ଚେଷ୍ଟା କରିଥିଲେ। ଟ୍ରକରେ ଦୁଇଜଣ ଡ୍ରାଇଭର ଏବଂ ଜଣେ ହେଲ୍‌ପର ଥିଲେ। ଅଭିଯୁକ୍ତ ଜୟ ପ୍ରକାଶ କୁମାର (ବିହାର), ରାକେଶ କୁମାର (ହରିୟାଣା) ଏବଂ ମୁନ୍ନା କୁମାର (ବିହାର) ବୋଲି ସୂଚନା ଦେଇଛନ୍ତି। ଟ୍ରକ ମାଲିକ ସନ୍ଦୀପ କୁମାର ସାହା (ହରିୟାଣା)ଙ୍କ ନିର୍ଦ୍ଦେଶ କ୍ରମେ ଏମାନେ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ୯ କୁଇଣ୍ଟାଲ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି, ଯାହାର ବଜାର ମୂଲ୍ୟ ଦୁଇ କୋଟି ଟଙ୍କା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe