ଦୁର୍ଘଟଣାଗ୍ରସ୍ତ କାର୍‌ରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

Advertisment
ଦୁର୍ଘଟଣାଗ୍ରସ୍ତ କାର୍‌ରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

କେସିଙ୍ଗା : କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ର କିନେରକେଲା ବ୍ରିଜ୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍‌ରୁ ପୁଳା ପୁଳା ଗଞ୍ଜେଇ ବାହାରିଛି। ତେବେ କେତେ ପରିମାଣର ଗଞ୍ଜେଇ ବାହାରିଛି ତାହା ସ୍ପଷ୍ଟ ହୋଇ ପାରିନି। ଅନ୍ୟପକ୍ଷରେ ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୨ ଜଣ ଗୁରୁତର ହୋଇଛନ୍ତି। ପଶ୍ଚିମବଙ୍ଗର ନମ୍ବର ଥିବା ଏହି କାର୍‌ ଚାଳକ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ ଇଣ୍ଡିକା କାର୍‌ (ଡବ୍ଲୁବି-୦୬ସି-୦୮୭୯)ରେ ରାଞ୍ଚିର ମୁନା କୁମାର ଝା ଓ ବିହାର ପାଟନାର ବିପିନ କୁମାର ଝା ବଲାଙ୍ଗୀର ଦିଗରେ ଯାଉଥିଲେ। କିନେରକେଲା ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ କାର୍‌ଟି ବ୍ରିଜ ବାଡ଼କୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ କାରଟି ଚୂରମାର ହୋଇ ବ୍ରିଜ୍‌ରେ ଝୁଲି ରହିଥିଲା। ସ୍ଥାନୀୟ ଲୋକ ଚାଳକକୁ ବାହାର କରିଥିବା ବେଳେ ଆଉ ଜଣେ ଚାପି ହୋଇ ରହିଥିଲେ। ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ଗୁରୁତର ଆହତ ହୋଇଥିବା ମୁନାକୁ କେସିଙ୍ଗା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କୁ ଉଦ୍ଧାର କରିବା ବେଳେ ପୁଲିସ କାର ଭିତର ତଳ ପଟରେ ପୁଡ଼ିଆ ପ୍ୟାକିଂ ହୋଇଥିବା ଦେଖିଥିଲା। ଯାଞ୍ଚ ବେଳେ ତାହା ଗଞ୍ଜେଇ ବୋଲି ଜଣାପଡ଼ିଥିଲା। ଏହା ଚୋରାଚାଲାଣ ହେଉଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe