ଗଞ୍ଜାମ ଏମ୍‌ଡିଏସ୍‌ ଟିମ୍‌ର ଧରପଗଡ଼, ୫ କୋଟିର ଗଞ୍ଜେଇ ଗଛ ନଷ୍ଟ

Advertisment
ଗଞ୍ଜାମ ଏମ୍‌ଡିଏସ୍‌ ଟିମ୍‌ର ଧରପଗଡ଼, ୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ambadenglish.com

ଧରାକୋଟ/ଛତ୍ରପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବଡ଼ଗଡ଼ ଥାନା ଅଧୀନ ବାହାରପୁର ପଞ୍ଚାୟତ ଖଜୁରୀପଡ଼ା ଗ୍ରାମରେ ଆଜି ଗଞ୍ଜାମ ମଲ୍ଟି ଡିସିପ୍ଲିନାରି ସ୍କ୍ବାଡ୍‌ ପକ୍ଷରୁ ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଅବକାରୀ, ପୁଲିସ, ରାଜସ୍ବ, ବିଦ୍ୟୁତ୍ ଓ ବନ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ଏହି ସ୍କ୍ବାଡ଼୍ ୩୮ ଏକର ଜଙ୍ଗଲ ଜମିରୁ ୫୭ହଜାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଯାହାର ମୂଲ୍ୟ ପ୍ରାୟ ୫କୋଟି ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ପୂର୍ବରୁ ଏହି ସ୍କାଡ୍‌ ଗତମାସ ୨୨ ତାରିଖରେ ଆଦିବାସୀ ଅଧ୍ୟୁ‌ଷିତ ଏହି ଗ୍ରାମରୁ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ଆଦିବାସୀଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେବଳ ୬ ଏକର ଜଙ୍ଗଲ ଜମିର ୮୬୧୮ ଟି ଗଞ୍ଜେଇ ଗଛକୁ ନଷ୍ଟ ସ୍କ୍ବାଡ୍‌ ଫେରିଯାଇଥିଲା। ତେବେ ଆଜି ଆସିକା ଏସ୍‌ଡିପିଓଙ୍କ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ବରେ ଓ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ତତ୍ତ୍ବାବଧାନରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୬ ଗୋଟି ଥାନାର ଅଧିକାରୀ, ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଖଜୁରୀପଡ଼ା ଗ୍ରାମ ନିକଟ ଜଙ୍ଗଲରେ ଚଢ଼ଉ କରାଯାଇ ‌ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା। ଗ୍ରାମବାସୀ ଏଥିରେ ବାଧା ଦେଇ ନଥିଲେ। ଆଗାମୀ ଦିନରେ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ଆସିକା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ଏବଂ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଚଢ଼ଉରେ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe