ଗଞ୍ଜାମ ବିଷାକ୍ତ ମଦ ମୃତ୍ୟୁ ଘଟଣା: ରାଜସ୍ବ ପର୍ଷଦ ସଭ୍ୟ କରିବେ ତଦନ୍ତ

ଗତମାସ ୧୯-୨୧ ତାରିଖ ଭିତରେ ଗଞ୍ଜାମ ଜିଲ୍ଲା ଚିକିଟି ଥାନା ଅଧୀନରେ ବିଷାକ୍ତ ମଦ ମୃତ୍ୟୁ ସାମ୍ନାକୁ ଆସିଥିଲା। ଏଥିରେ ଅନେକ ଅସୁସ୍ଥ ହୋଇଥିବା ବେଳେ ୫ଜଣ ପ୍ରାଣ ହରାଇଥିଲେ।

dead woman

ଭୁବନେଶ୍ବର: ଗତମାସ ୧୯-୨୧ ତାରିଖ ଭିତରେ ଗଞ୍ଜାମ ଜିଲ୍ଲା ଚିକିଟି ଥାନା ଅଧୀନରେ ବିଷାକ୍ତ ମଦ ମୃତ୍ୟୁ ସାମ୍ନାକୁ ଆସିଥିଲା। ଏଥିରେ ଅନେକ ଅସୁସ୍ଥ ହୋଇଥିବା ବେଳେ ୫ଜଣ ପ୍ରାଣ ହରାଇଥିଲେ। ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହ ଗ୍ରହଣ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜସ୍ବ ପର୍ଷଦର ସଦସ୍ୟ ଏହି ଘଟଣାର ତଦନ୍ତ କରିବା ସହ ଆସନ୍ତା ୨ମାସ ଭିତରେ ରିପୋର୍ଟ ପ୍ରଦାନ କରିବେ। 

ଚିକିଟି ମଦ ମୃତ୍ୟୁ ଘଟଣାରେ ୪ଟି ଦିଗକୁ ନେଇ ତଦନ୍ତ କରିବା ଲାଗି କୁହାଯାଇଛି। କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ଓ ଏଥିରେ କେଉଁ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ହେବ। ଏହାସହ ଅବକାରୀ କିମ୍ବା ପୁଲିସ ଅଧିକାରୀଙ୍କ ଦ୍ବାରା ହୋଇଥିବା କୌଣସି ପ୍ରକାର ଅବହେଳା ଓ ଆଗାମୀ ଦିନରେ ଏଭଳି ଅଘଟଣକୁ ଏଡ଼ାଇବା ଲାଗି ଆବଶ୍ୟକ ପ୍ରସ୍ତାବ ଦେବାକୁ କୁହାଯାଇଛି। ଉଲ୍ଲେଖ ଯେ ଚିକିଟି ଉପକଣ୍ଠ କେ.ନୂଆଗାଁ ଥାନା ମାଉନ୍ଦପୁର ଗାଁ, ଚିକିଟି ଏନ୍‌ଏସିର କାରବାଲୁଆ ଓ ଜେନାପୁର ଗାଁରେ ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଅସୁସ୍ଥ ହୋଇଥିଲେ। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ବିରୋଧୀ ଦଳମାନେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଅବକାରୀ ମନ୍ତ୍ରୀଙ୍କ 
ଇସ୍ତଫା ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe