କୋଲକାତାକୁ ଚାଲି ଚାଲି ଯାଉଥିବା ୧୧ଜଣ ଯୁବକଙ୍କୁ ଉଦ୍ଧାର କରିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

କୋଲକାତାକୁ ଚାଲି ଚାଲି ଯାଉଥିବା ୧୧ଜଣ ଯୁବକଙ୍କୁ ଉଦ୍ଧାର କରିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର: କୋଲକାତାକୁ ଚାଲି ଚାଲି ଯାଉଥିବା ବେଳେ ୧୧ଜଣ ଯୁବକଙ୍କୁ ଉଦ୍ଧାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ସଙ୍ଗରୋଧରେ ରଖାଯିବ ବୋଲି ଜଣାଯାଇଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୧୧ ଜଣ ଯୁବକ ଜଣେ ଠିକାଦାରଙ୍କ ଅଧୀନରେ ରହି ଗୋପାଳପୁରଠାରେ ଥିବା ଏକ ସରକାରୀ ଗେଷ୍ଟହାଉସରେ କାଠ କାମ କରୁଥିଲେ। ଲକଡାଉନ୍ ଘୋଷଣା ପରେ ଏମାନେ ସେଠାରେ ରହୁଥିଲେ। ହେଲେ ଠିକାଦାର ସେମାନଙ୍କର ଖାଇବା ପିଇବା ଯୋଗାଇବା ବନ୍ଦ କରି ଦେବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିବା  ଉଦ୍ଦେଶ୍ୟରେ କୋଲକାତା ଅଭିମୁଖେ ଯାଉଥିଲେ।

ସେମାନେ ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସେଠାରେ ପ୍ରଶାସନ ସେମାନଙ୍କୁ ଅଟକାଇଥିଲା। ସେମାନଙ୍କଠାରୁ ସବୁ କଥା ଶୁଣି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସ ଓ ତହସିଲଦାର ନୀଳମାଧବ ଭୋଇ ସେମାନଙ୍କୁ କାଳିଆବାଲି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ରଖିଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ଜଣାଯାଇଛି।

କରୋନାର ମୁକାବିଲା ଲାଗି କାମ କରୁଥିବା ଟିମକୁ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe