‘ବୈଷ୍ଣବ ପାଣି ଥିଲେ ଲୋକନାଟକ ଧାରାର ପ୍ରବର୍ତ୍ତକ’

Advertisment

ଗଣକବି ବୈଷ୍ଣବ ପାଣି ଜାତୀୟ ସଂପାନ

ଗଣକବି ବୈଷ୍ଣବ ପାଣି ଜାତୀୟ ସଂପାନ

‘ବୈଷ୍ଣବ ପାଣି ଥିଲେ ଲୋକନାଟକ ଧାରାର ପ୍ରବର୍ତ୍ତକ’

କଟକ : ଗଣକବି ବୈଷ୍ଣବ ପାଣି ଓଡ଼ିଆ ଜାତୀୟ ଜୀବନରେ ଚିରସ୍ମରଣୀୟ ପ୍ରତିଭା। ନୃତ୍ୟନାଟିକା ମାଧ୍ୟମରେ ଓଡ଼ିଆ ସାହିତ୍ୟ, ସଂସ୍କୃତିର ସୁରକ୍ଷା କରିବା ସହିତ ଜନସମାଜକୁ ଉଚିତ ମାର୍ଗରେ ପରିଚାଳିତ କରିବା‌ରେ ତାଙ୍କର ଅବଦାନ ଉଲ୍ଲେଖନୀୟ ‌ବୋଲି ଗଣକବି ବୈଷ୍ଣବ ପାଣି ସଂପାନରେ ମତ ପ୍ରକାଶ ପାଇଛି।

କେନ୍ଦ୍ର ସାହିତ୍ୟ ଅକାଦେମି ଓ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଶୁକ୍ରବାର ଦିନ ଗଣକବି ବୈଷ୍ଣବ ପାଣି ସଂପାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟକାର ପ୍ରଫେସର ସଂଘମିତ୍ରା ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବୈଷ୍ଣବ ପାଣିଙ୍କୁ ଜଣେ ସମାଜ ସଂସ୍କାରକ ଭାବେ ବର୍ଣ୍ଣନା କରିଥିଲେ। ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ଆଣିବାରେ ସେ ଥିଲେ ସର୍ବଶ୍ରେଷ୍ଠ ଲୋକପ୍ରିୟ ନାଟ୍ୟକାର ବୋଲି ପ୍ରଫେସର ମିଶ୍ର କହିଥିଲେ। ଉଦ୍‌ଘାଟନୀ ଅଧିବେଶନରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ଅଧ୍ୟକ୍ଷତା କରି ବୈଷ୍ଣବ ପାଣିଙ୍କୁ ଅସାଧାରଣ କବିତ୍ୱର ଅଧିକାରୀ ବୋଲି କହିଥିଲେ। ଉତ୍ସବରେ ଅକାଦେମିର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସଂଯୋଜକ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। କଣ୍ଠଶିଳ୍ପୀ ସରୋଜ କୁମାର ସାହୁ ବୈଷ୍ଣବ ପାଣି ସଂଗୀତ ପରିବେଷଣ କରିଥିବା ବେଳେ ପାଠଚକ୍ର ସଂପାଦିକା ଶୁଭଶ୍ରୀ ସା ଧନ୍ୟବାଦ ଦେଇଥିଲେ।

ପ୍ରଥମ ବୈଷୟିକ ଅଧିବେଶନରେ ଅଜିତ କୁମାର ମହାପାତ୍ର, କିଶୋର ମହାନ୍ତି, ବସନ୍ତ ମହାନ୍ତି ପ୍ରବନ୍ଧ ପାଠ କରିଥିଲେ। ବୈଷ୍ଣବ ପାଣି ନାଟକର ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅଧିବେଶନରେ ସ୍ୱାଧୀନ ପାତ୍ର ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନରେ ଅଶୋକ କୁମାର ରାଉତ ଓ ପ୍ରଭାତ କୁମାର କର ବୈଷ୍ଣବ ପାଣିଙ୍କ ସାରସ୍ୱତ ଜୀବନ ଉପରେ ଆଲୋଚନା କରିଥିଲେ। ବୈଷ୍ଣବ ପାଣିଙ୍କ ନାଟକର ନିର୍ଦ୍ଦେଶକ ନାରାୟଣ ସିଂହ ଦ୍ବିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ଡକ୍ଟର ରାଜା କୁମାର ନାଏକ, ଡକ୍ଟର ସଂଘମିତ୍ରା ବେହେରା ଓ ଡକ୍ଟର ଆଶିଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିକାଶ ସାହୁ ଧନ୍ୟବାଦ‌ ‌ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe