ସୁନାବେଡ଼ାରେ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍

ସୁନାବେଡ଼ାରେ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍

ସୁନାବେଡ଼ା: କୋରାପୁଟ ଜିଲ୍ଲାର ସୁନାବେଡା-୧ସ୍ଥିତ ପନ୍ଥିକା ନିକଟରେ ପୁଲିସକୁ ଏକ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ସକାଳୁ  ସୁନାବେଡ଼ା ପୁଲିସ୍ ପନ୍ଥିକା ନିକଟରେ ଚଢଉ କରି ହାଡିଗୁଡା ଗ୍ରାମର ଗଞ୍ଜେଇ ମାଫିଆ ଗୋବିନ୍ଦ ଖରାଙ୍କୁ ଗିରଫ କରିଛି।

ଗୋବିନ୍ଦଙ୍କ ନିକଟରୁ ୨୧୧କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଏଗାର ଲକ୍ଷ ଟଙ୍କା ହେବ। ଗୋବିନ୍ଦ ଖରାଙ୍କର ଦୁଇଜଣ ସହଯୋଗୀ ଫେରାର୍ ଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସୁନାବେଡ଼ା ପୁଲିସ୍ ଓ ଭୁବନେଶ୍ବରରୁ ଆସିଥିବା ଏସଟିଏଫ୍ ମିଳିତ ଭାବରେ ଏହି ଚଢଉ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe