ଲମତାପୁଟ: ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଳକ ଓ ଖଲାସୀ ଫେରାର୍

ଲମତାପୁଟ: ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଳକ ଓ ଖଲାସୀ ଫେରାର୍

ଲମତାପୁଟ: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ଚୋରାଚାଲାଣ ବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋରୁ  ୪୮୦ କିଲୋଗ୍ରାମ ୮୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି| ଉକ୍ତ ବୋଲେରୋ ଏବଂ ନମ୍ବର ପ୍ଲେଟ୍ ନଥିବା ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବି ଜବତ ହୋଇଛି।

ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ଅନ୍ତର୍ଗତ ଲମତାପୁଟ ଫାଣ୍ଡିର ଚାଙ୍ଗଡିପଡା ଛକରେ ଏକ ବୋଲେରୋ ଉପରେ ଚଢଉ କରିଥିଲା। ସେଥିରେ ଥିବା ୪୮୦ କିଲୋଗ୍ରାମ ୮୦୦ଗ୍ରାମ ଗଞ୍ଜେଇ ଜବତ କରିଥିଲା।ଏହାଛଡ଼ା ଉକ୍ତ ବୋଲେରୋ ଏବଂ ନମ୍ବର ପ୍ଲେଟ୍ ନଥିବା ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବି ଜବତ କରିଥିଲା।

ତେବେ ଅନ୍ଧକାର ଏବଂ ବୁଦା ଜଙ୍ଗଲର ସୁଯୋଗ ନେଇ ଗାଡ଼ିଗୁଡ଼ିକୁ ରାସ୍ତାରେ ଛାଡି ଘଟଣାସ୍ଥଳରୁ ଚାଳକ ଓ ଖଲାସୀ ଖସି ପଳାଇବାରେ ସଫଳ ହୋଇଥିଲେ। ଏନେଇ ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe