ବିଭିନ୍ନ ଦାବି ନେଇ କଳାହାଣ୍ଡି ଗାଁ ସାଥି ସଙ୍ଘ ପକ୍ଷରୁ ପିଡ଼ି ଡିଆରଡିଏଙ୍କୁ ଦାବିପତ୍ର ପ୍ରଦାନ

Advertisment
ବିଭିନ୍ନ ଦାବି ନେଇ କଳାହାଣ୍ଡି ଗାଁ ସାଥି ସଙ୍ଘ ପକ୍ଷରୁ ପିଡ଼ି ଡିଆରଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : କଳାହାଣ୍ଡି ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ କଳାହାଣ୍ଡି ପିଡ଼ି ଡିଆରଡିଏଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ପଞ୍ଚାୟତରାଜ ବିଭାଗକୁ ମାନ୍ୟବର ହାଇକୋର୍ଟ ପକ୍ଷରୁ ସମଗ୍ର ରାଜ୍ୟରେ ସବୁ ଗାଁରୁ ସ୍ୱୟଂ ସହାୟକ ଗୋଷ୍ଠୀରୁ ଚୟନ ହେବାକୁ ଥିବା ମେଟ ପ୍ରକ୍ରିୟାକୁ ମାମଲା ଶେଷ ନ ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ମେଟ ଚୟନ ଜାରି ରହିଛି । କାର୍ଯ୍ୟରତ ସମସ୍ତ ଗାଁସାଥି ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ ଓ ବର୍ଷକୁ ଅତିକ୍ରମରେ ୧୦୦ ଦିନରୁ ଉର୍ଦ୍ଧ୍ବ ସରକାରୀ କାର୍ଯ୍ୟ ଉଚିତ ପ୍ରାପ୍ୟ ସହିତ ପ୍ରଦାନ କରିବା, କମ୍ୟୁନିଟି ପ୍ରୋଜେକ୍ଟ ସହିତ ୧୦ଟି ଲାଇନ ଡିପାର୍ଟମେଣ୍ଟ ଓ ବ୍ୟକ୍ତିଗତ ହିତାଧିକାରୀ ମନରେଗା କାର୍ଯ୍ୟରେ ପ୍ରାପ୍ୟ ସହିତ ସାମିଲ କରିବା, ଗାଁ ସାଥି ମାନଙ୍କୁ ଉଚିତ ମଜୁରୀ ପ୍ରଦାନ ବ୍ୟବସ୍ଥା, ମନରେଗାରୁ ମଧ୍ୟସ୍ଥି ଓ ଭେଣ୍ଡର ଉଛେଦ ବ୍ୟବସ୍ଥା ନେଇ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏହି ଦାବୀ ନେଇ ଆଜି ଜିଲ୍ଲା ଗାଁ ସାଥି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଭଗବାନ ବିହାରୀ ଓ ସମ୍ପାଦକ ତରୁଣ ନାଏକଙ୍କ ନେତୃତ୍ୱରେ ସଂଯୋଜକ ମୁନା କୁମାର, କୋଷାଧ୍ୟକ୍ଷ ଶତ୍ରୁଘନ ଗଉଡ଼ ସମେତ ବହୁ ସଦସ୍ୟ କଳାହାଣ୍ଡି ଜିଲ୍ଲା ଭାରପ୍ରାପ୍ତ ପିଡ଼ି ଡିଆରଡିଏ ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe