Biju Janata Dal Odisha (BJD) | Political Party In Odisha
କେନ୍ଦ୍ରାପଡ଼ା: ନିଜ ଦଳର ଜଣେ ମହିଳା ନେତ୍ରୀଙ୍କୁ ପ୍ରେମ ନିବେଦନ କରି ଫସିଛନ୍ତି ଗରଦପୁର ବ୍ଲକ୍ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡ଼ା। ତାଙ୍କ ନାଁରେ ଏହି ମହିଳା ନେତ୍ରୀ ଜଣକ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦେଇଛନ୍ତି। ଗରଦପୁର ବ୍ଳକ୍ ମହିଳା ବିଜେଡିର ସାଧାରଣ ସ˚ପାଦିକା ଥିବା ଏହି ମହିଳାଙ୍କ ଘର ପାଖଡ଼ ପ˚ଚାୟତରେ ହୋଇଥିବା ବେଳେ ସେ ପରିବାର ସହିତ କେନ୍ଦ୍ରାପଡ଼ା ସାନମ˚ଗଳାସ୍ଥିତ ଭଡ଼ାଘରେ ରହୁଛନ୍ତି। ବ୍ଲକ୍ ସଭାପତିଙ୍କ ବିରୋଧରେ ଥାନାରେ କରିଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଗଲା ପାଞ୍ଚ ଛଅ ବର୍ଷ ହେବ ସେ ବିଜେଡିର ଜଣେ ଆଗଧାଡ଼ିର ମହିଳା ସ˚ଗଠିକା ହିସାବରେ ପାଟକୁରା ନିର୍ବାଚନମଣ୍ତଳୀ ପାଇଁ କାମ କରୁଛନ୍ତି। ଗରଦପୁର ବ୍ଲକ୍ ଅ˚ଚଳରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ବ୍ଲକ୍ ସଭାପତି ଶ୍ରୀ ପରିଡ଼ାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଵାଲ୍ଙ୍କ ପ୍ରତିନିଧି ହିସାବରେ ତାଙ୍କ ପୁଅ ସ˚ଜୟ ଅଗ୍ରଵାଲ୍ (ବବୁଲା ଭାଇ) ତାଙ୍କୁ ଦଳୀୟ କାର୍ଯ୍ୟକ୍ରମକୁ ଡାକନ୍ତି।
ମାତ୍ର ବ୍ଲକ୍ ସଭାପତି ଶ୍ରୀ ପରିଡ଼ା ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଆପତ୍ତିଜନକ ଟିପ୍ପଣୀ ବାରମ୍ବାର ଦେବାରୁ ସେ ସ˚ଜୟ ଅଗ୍ରଵାଲ୍ଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଘଟଣାର ପୁନରାବୃତ୍ତି ଘଟିବ ନାହିଁ ବୋଲି ସଂଜୟ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ସଭାପତି ଶ୍ରୀ ପରିଡ଼ା ତାଙ୍କ ମୋବାଇଲ୍ ନମ୍ବରରେ ଫୋନ୍ କରି ଦେହର ଅଙ୍ଗକୁ ନେଇ ଆକ୍ଷେପ କରିବା ସହିତ ଅଶ୍ଳୀଳ ଭାଷାରେ କଥା ହେବାରୁ ସେ ଫୋନ୍ କାଟି ଦେଇଥିଲେ। ଏହାର କିଛି ଦିନ ପରେ ୨୦୨୨ ନଭେମ୍ବର ୨୩ ତାରିଖରେ ପୁଣି ଥରେ ସଭାପତି ତାଙ୍କୁ ଫୋନ୍ କରି ବାରମ୍ବାର ‘ଆଇ ଲଭ୍ ୟୁ’ କହିବା ସହିତ ଅଶ୍ଳୀଳ ଓ ଅଭଦ୍ର ଭାଷାରେ କଥା ହୋଇଥିଲେ। ସ˚ଜୟ ଅଗ୍ରଵାଲ୍ ତାଙ୍କ ତରଫରୁ ‘ଆଇ ଲଭ୍ ୟୁ’ ଜଣାଇଦେବାକୁ ତାଙ୍କୁ କହିଥିବା ବ୍ଲକ୍ ସଭାପତି ଶ୍ରୀ ପରିଡ଼ା କହିଥିଲେ। ଏହାର ଦୃଢ଼ ପ୍ରତିବାଦ କରିବା ସହିତ ମୋବାଇଲ୍ ଫୋନ କନଫରେନ୍ସିଂରେ ସ˚ଜୟ ଅଗ୍ରଵାଲ୍ଙ୍କ ସହିତ କଥା କରାଇବାକୁ କହିବାରୁ ଉତ୍କ୍ଷିପ୍ତ ହେଇ ସଭାପତି ଫୋନ୍ କାଟି ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।
ପୀଡ଼ିତା ମହିଳା ଜଣକ ଆହୁରି ଦର୍ଶାଇଛନ୍ତି ଯେ ଏ ସବୁ କଥାବାର୍ତ୍ତାର ରେକର୍ଡି˚ ପ୍ରମାଣ ସହିତ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସ˚ଜୟଙ୍କୁ ତାଙ୍କ ପତ୍ନୀ ଅ˚ଜୁ ଅଗ୍ରଵାଲ୍ଙ୍କ ଉପସ୍ଥିତିରେ ଜଣାଇଥିଲେ। ଦୁହେଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ମାସ ମାସ ଅପେକ୍ଷା କରିବା ପରେ ମଧୢ ସେମାନେ ଏ ଦିଗରେ କୌଣସି ପଦକ୍ଷେପ ନେଲେନାହିଁ। ଏ ବିଷୟରେ ସ˚ଜୟଙ୍କ ପତ୍ନୀ ଅ˚ଜୁଙ୍କୁ ଥରେ ପଚାରିବାରୁ ସେ ରାଜନୀତିରେ ଏମିତି ସବୁ ହୁଏ ବୋଲି କହିବା ସହିତ ଅସୁସ୍ଥତାର ଆଳ ଦେଖାଇ ବିଧାୟିକାଙ୍କୁ ତାଙ୍କ ସହିତ ଦେଖା କରାଇ ଦେଲେନାହିଁ। ଅନ୍ୟପଟେ ସଭାପତି ଶ୍ରୀ ପରିଡ଼ା ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହିତ ଘଟଣା ବିଷୟରେ ବାହାରେ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସ˚ପୃକ୍ତ ମହିଳା ଜଣକ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସ˚ଜୟ ଅଗ୍ରଵାଲ୍ କହିଛନ୍ତି ଯେ ସ˚ପୃକ୍ତ ମହିଳା ଜଣକ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବା ଜାଣିଛି। କିନ୍ତୁ ସଭାପତି ତାଙ୍କ ସହିତ ଏଭଳି ଆଚରଣ କରିଥିବା ସ˚ପର୍କରେ କେବେ ସେ ଜଣାଇ ନାହାନ୍ତି କି କଥା ହୋଇନାହାନ୍ତି। ଭୁବନେଶ୍ବର ସରକାରୀ ବାସଭବନରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଭେଟିଥିବା କଥା ସ˚ପୂର୍ଣ୍ଣ ମିଛ। ତାଙ୍କୁ ବଦନାମ କରିବା ପାଇଁ ଏଭଳି ଉଦ୍ୟମ ହେଉଥିବା ଶ୍ରୀ ଅଗ୍ରଵାଲ୍ କହିଛନ୍ତି। ସେହିଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ବ୍ଲକ୍ ସଭାପତି ଶ୍ରୀ ପରିଡ଼ା କହିବା ସହିତ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଡିଓ ତାଙ୍କର ନୁହେଁ ବୋଲି କହିଛନ୍ତି।
Follow Us