ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କରୋନା ମୁକାବିଲା ଲାଗି ସରପଞ୍ଚଙ୍କୁ ଦିଆଗଲା ଜିଲ୍ଲାପାଳ କ୍ଷମତା, ଲକଡାଉନ୍ ପରେ ବାହାରୁ ଆସିଲେ ପଞ୍ଜୀକରଣ ବାଧ୍ୟତାମୂଳକ

Advertisment

ଭିଡିଓ ବାର୍ତ୍ତା ଜାରି କରି କହିଲେ ମୁଖ୍ୟମନ୍ତ୍ରୀ

ଭିଡିଓ ବାର୍ତ୍ତା ଜାରି କରି କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କରୋନା ମୁକାବିଲା ଲାଗି ସରପଞ୍ଚଙ୍କୁ ଦିଆଗଲା ଜିଲ୍ଲାପାଳ କ୍ଷମତା, ଲକଡାଉନ୍ ପରେ ବାହାରୁ ଆସିଲେ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | କରୋନା ସଂକ୍ରମଣ ରୋକିବା ଲାଗି ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଲୋକ ଘରକୁ ଫେରିବା ମାତ୍ରେ ସେମାନଙ୍କର ପଞ୍ଜିକରଣ ଜରୁରୀ। ଏହି କାମ ପଞ୍ଚାୟତସ୍ତରରେ କରାଯିବ। ବାହାରୁ ଗାଁକୁ ଫେରୁଥିବା ଲୋକ ନିଜ ପଞ୍ଚାୟତରେ ନାମ ପଞ୍ଜିକରଣ କରିବେ। ଏଥିଲାଗି ପଞ୍ଚାୟତଗୁଡ଼ିକୁ ସଶକ୍ତ କରାଯାଇଛି। ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି | ଏଥିଲାଗି ଆବଶ୍ୟକୀୟ ଆଇନଗତ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏଥିସହ କରୋନା ମୁକାବିଲା କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ଓ ପୌରସଂସ୍ଥାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦରକାର ବୋଲି ମତ ସେ ରଖିଛନ୍ତି।

ଅନ୍ୟ ରାଜ୍ୟରୁ ଆସୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଏହି  ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  | ରାଜ୍ୟ ସରକାରଙ୍କ  ନୂଆ ନିଷ୍ପତ୍ତି ମୁତାବକ ସମସ୍ତ ବାହାର ଫେରନ୍ତା ନିଜର ପଞ୍ଜିକରଣ କରିବେ ଏବଂ ଏହା ବାଧ୍ୟତାମୂଳକ। ସେମାନଙ୍କୁ ଅସୁବିଧା ନ ହେବା ଲାଗି ଗାଁ ଓ ପଞ୍ଚାୟତ ସ୍ତରରେ ପଞ୍ଜୀକରଣ ସୁବିଧା କରାଯାଇଛି।  ପରିବାର ସଦସ୍ୟ ଏବଂ ବନ୍ଧୁ ମଧ୍ୟ ପଞ୍ଜୀକରଣ କରିପାରିବେ | ପଞ୍ଜୀକରଣ ପରେ ୧୪ ଦିନ ପାଇଁ ସେମାନଙ୍କୁ  ସଙ୍ଗରୋଧରେ ରହିବା ଜରୁରୀ | ଏହି ସମୟରେ ସେମାନଙ୍କ ଖାଇବା, ରହିବା, ଚିକିତ୍ସା ମାଗଣାରେ ଯୋଗାଯିବ | ସଙ୍ଗରୋଧ ସରିବା ପରେ ରାଜ୍ୟ ସରକାର ୨ ହଜାର ଟଙ୍କା ଲେଖାଏଁ ଦେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ | ଅନ୍ୟ ରାଜ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ରହିଛନ୍ତି | ସେମାନଙ୍କ ଅବସ୍ଥା ମୋତେ ବହୁତ ଦୁଃଖ ଦେଇଛି | ଲକଡାଉନ୍ କଟକଣା ଉଠିଗଲେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ମାନଙ୍କ ସହ ଆଲୋଚନା କରିବୁ | ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe