ଅଳିଆ ପକେଇଲେ, ଓଳେଇଲେ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଅଳିଆ ପକେଇଲେ, ଓଳେଇଲେ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ପୁରୀ: ବେଲ୍‌ଚାରେ ଅଳିଆ ଆଣି ଜଣେ ବ୍ୟକ୍ତି ମେଡିକାଲ ପରିସରରେ ଢାଳିଦେଲେ। ପରେ କିଛି ଅଧିକାରୀ, ଏହି ଅଳିଆକୁ ଝାଡ଼ୁ ମାରି ସଫା କଲେ। ସ୍ବଚ୍ଛତାକୁ ନେଇ ଏଭଳି ପ୍ରହସନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର ଏଭଳି ଚିତ୍ରକୁ ନେଇ ଟ୍ରୋଲ୍‌ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଚ୍ଛତା ହିଁ ସେବା ମିସନର ଡାକରା ଦେଇଥିବା ବେଳେ ସମସ୍ତ କାର୍ଯ୍ୟାଳୟରେ ଆଜି କର୍ମଚାରୀଙ୍କଠାରୁ ନେଇ ଅଧିକାରୀମାନେ ଝାଡ଼ୁ ଧରି ସଫେଇ କରିବାକୁ ବାହାରିଥିଲେ। ଏଥିପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରଦାନ କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟାଳୟକୁ ଏହି ଅଭିଯାନରେ ସାମିଲ ହେବାକୁ କୁହାଯାଇଥିଲା। ତେବେ ଅଳିଆ ପକାଇ ପୁଣି ଏହାକୁ ଝାଡ଼ୁ ମାରି ସଫା କରିବା ଭିଡିଓ ଭାଇରାଲ ହେବା ପରେ ଏନେଇ ବହୁ ସୋସିଆଲ ମିଡିଆ ବ୍ୟବହାରକାରୀ ନାପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe