ସର୍ବସାଧାରଣଙ୍କ ନିମନ୍ତେ ୫ ଦିନ ଖୋଲା ରହିବ ଲୋକସେବା ଭବନର ଉଦ୍ୟାନ, ଜାଣନ୍ତୁ କେଉଁ ଦିନ ବୁଲି ଯିବେ

Advertisment
ସର୍ବସାଧାରଣଙ୍କ ନିମନ୍ତେ ୫ ଦିନ ଖୋଲା ରହିବ ଲୋକସେବା ଭବନର ଉଦ୍ୟାନ, ଜାଣନ୍ତୁ କେଉଁ ଦିନ ବୁଲି ଯିବେ

Photo: Twitter

ଭୁବନେଶ୍ୱର: ସର୍ବସାଧାରଣ ଲୋକଙ୍କ ନିମନ୍ତେ ଲୋକସେବା ଭବନର ଉଦ୍ୟାନ ୫ ଦିନ ପାଇଁ ଖୋଲା ରହିବ। ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରି ୧୧ (ଦ୍ୱିତୀୟ ଶନିବାର), ଜାନୁଆରି ୧୨ (ରବିବାର), ଜାନୁଆରି ୧୯ (ରବିବାର), ଜାନୁଆରି ୨୫ (ଚତୁର୍ଥ ଶନିବାର) ଏବଂ ଜାନୁଆରି ୨୬ (ରବିବାର ତଥା ସାଧାରଣତନ୍ତ୍ର ଦିବସ) ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ ଉପରୋକ୍ତ ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ ଏକ ନମ୍ବର ଗେଟ୍‌ ମଧ୍ୟ ଦେଇ ପ୍ରବେଶ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe