ଭିଜିଲାନ୍‌ସ ଜାଲରେ ଉଦ୍ୟାନ ଅଧିକାରୀ

Advertisment
ଭିଜିଲାନ୍‌ସ ଜାଲରେ ଉଦ୍ୟାନ ଅଧିକାରୀ

ରାଇରଙ୍ଗପୁର/ବାରିପଦା/ଶୁକୃଳି : ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍‌ ଉଦ୍ୟାନ ବିଭାଗର କ୍ଷେତ୍ର ସଂପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ଆଜି ୬ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ବାରିପଦା ଭିଜିଲାନ୍‌ସ ଟିମ୍‌ ହାତରେ ଧରାପଡ଼ି ଜେଲ୍‌ ଯାଇଛନ୍ତି। ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତ ବଡ଼ପାଣି ଗାଁରେ ମନରେଗା ଯୋଜନାର ବିଲ ପାସ୍‌ ପାଇଁ ଉଦ୍ୟାନସାଥୀ ଚନ୍ଦ୍ର ବୈପାଇଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଉଦ୍ୟାନ ଅଧିକାରୀ ଶ୍ରୀ ସାହୁଙ୍କୁ କାବୁ କରିଥିଲା। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହେବା ପରେ ଶ୍ରୀ ସାହୁଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe