ମହଙ୍ଗା ପଡ଼ିଲା ଚୋରା ଗ୍ୟାସ୍ ସିଲିଣ୍ଡର ବେପାର: ବିସ୍ଫୋରଣରେ ଜଣେ ଆହତ

ପାରାଦୀପ ଅଠରବାଙ୍କି ମାର୍କେଟରେ ଚୋରା ଗ୍ୟାସ୍ ସିଲିଣ୍ଡର ବିକ୍ରି କରାଯାଉଥିବା ଦୋକାନରେ ସିଲିଣ୍ଡର ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ବ୍ୟବସାୟୀ ପିଣ୍ଟୁ ମେକାପ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ଲାଗି ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...

Stolen gas cylinder business becomes expensive: Shopkeeper injured in explosion

Stolen gas cylinder business becomes expensive: Shopkeeper injured in explosion Photograph: (sambad.in)

ପାରାଦୀପ:ପାରାଦୀପ ଅଠରବାଙ୍କି ମାର୍କେଟରେ ଚୋରା ଗ୍ୟାସ୍ ସିଲିଣ୍ଡର ବିକ୍ରି  କରାଯାଉଥିବା ଦୋକାନରେ ସିଲିଣ୍ଡର ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ବ୍ୟବସାୟୀ ପିଣ୍ଟୁ ମେକାପ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ଲାଗି ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନିକଟରେ ଥିବା ବ୍ୟବସାୟୀ ଓ ସାଧାରଣ ଲୋକେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ।

ଦୀର୍ଘ ଦିନ ହେଲା ଏଠାରେ ଚୋରାରେ ଗ୍ୟାସ୍ ସିଲିଣ୍ଡର ବ୍ୟବସାୟ ଚାଲୁଥିଲା। ଅଠରବାଙ୍କି ମାର୍କେଟରେ ସବୁବେଳେ ଭିଡ଼ ରହୁଥିବା ବେଳେ ଗୁରୁବାର ଏକ ୫ କେଜିଆ ଗ୍ୟାସ୍ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରୁଥିବା ବେଳେ ଏହା ହଠାତ୍ ଫାଟି ଯାଇଥିଲା।

ଫଳରେ ଗ୍ୟାସ୍ ଭର୍ତ୍ତି କରୁଥିବା ଦୋକାନୀ ପିଣ୍ଟୁ ଆହତ ହୋଇଥିବା ବେଳେ ସେଠାରେ ଥିବା ସାଧାରଣ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ପିଣ୍ଟୁଙ୍କ ମୁହଁ, ଗୋଡ଼, ହାତ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗ୍ୟାସ୍ ପ୍ରଭାବରେ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Jagatsinghpur | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe