Sanjeevni Today
ନଠୁଆବର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ କଲଣ ପଞ୍ଚାୟତ ଶୁଳିଆ ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଏହି ଗ୍ରାମର ପ୍ରଦୀପ କୁମାର ଶତପଥୀ(୫୨), ସଂଜନ କୁମାର ପୃଷ୍ଟି(୪୨), ଅନନ୍ତ ଚରଣ ସାହୁ(୪୨), ଗଣେଶ୍ବର ସାହୁ(୪୮)। ଆହତମାନଙ୍କୁ ପ୍ରଥମେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ଅନୁଯାୟୀ, ଏହି ଗ୍ରାମର ଅଶୋକ ଶତପଥୀଙ୍କ ରୋଷେଇ ଘରେ ଥିବା ଫ୍ରିଜରୁ ବୁଧବାର ରାତିରେ ନିଆଁ ବାହାରିଥିଲା। ଏହି ନିଆଁରେ ଫ୍ରିଜର ଗ୍ୟାସ ଫାଟି ଯାଇଥିଲା। ନିଆଁ ଲିଭାଇବା ପାଇଁ ପଡ଼ୋଶୀ ମହେଶ୍ବର ଶତପଥୀଙ୍କ ପୁଅ ପ୍ରଦୀପ, ମୁରଲୀଧର ପୃଷ୍ଟିଙ୍କ ପୁଅ ସଂଜନ, ଆତୁଳ ସାହୁଙ୍କ ପୁଅ ଅନନ୍ତ ଓ ଗଣେଶ୍ବର ପ୍ରମୁଖ ଫ୍ରିଜ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ବାଲିରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ଘରେ ଥିବା ଏକ ୫ଲିଟର ଗ୍ୟାସ ସିଲିଣ୍ତର ଫାଟି ଯାଇଥିଲା। ଗ୍ୟାସ ନିଆଁରେ ୪ ଜଣଙ୍କ ଦେହର ଅଧିକାଂଶ ଅଂଶ ପୋଡ଼ିଯାଇଛି।
Follow Us