ଚାଓମିନ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍, ୩ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ମୋହନା : ଗଜପତି ଜିଲ୍ଲା ମୋହନା ଢିପସାହି(ନାରାୟଣ ନଗର)ରେ ଏକ ଚାଓମିନ୍ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ନିମଖଣ୍ଡି ଗାଁର ଅରୁଣ ସାହୁ(୩୫) ଓ ମୋହନା କାମ୍ପାଗୁଡ଼ାର ପ୍ରଭାକର ଦଳେଇ(୨୭) ଓ ସୁନୀଲ ଦଳେଇ(୨୫)।

ମୋହନା ଢିପସାହିରେ ଏକ ଭଡ଼ା ଘରେ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ହେଲା ରତି ପାଇକରାୟ ନାମକ ଜଣେ ବ୍ୟକ୍ତି ଚାଓମିନ୍‌ ଫ୍ୟାକ୍ଟ୍ରି ଚଳାଇଥିଲେ। ଗତକାଲି ଚାଓମିନ୍‌ ପ୍ରସ୍ତୁତି ପରେ ଶୁଖାଇବା ମେସିନ୍‌କୁ ଗରମ କରିବା ପାଇଁ ରାତିରେ ୪ଟି ଗ୍ୟାସ୍‌ ସିଲିଣ୍ଡର ସ˚ଯୋଗ କରିଥିଲେ। ଷ୍ଟାଣ୍ଡ୍‌ ପଙ୍ଖା ଲଗାଇ ଚାଓମିନ୍‌ ପ୍ରସ୍ତୁତ କରିବା ପାଇଁ କାମ କରୁଥିବା ଦୁଇ ଶ୍ରମିକ ପ୍ରଭାକର ଓ ସୁନୀଲଙ୍କ ସମେତ ମିସ୍ତ୍ରି ଅରୁଣ ସେହି କୋଠରିରେ ହିଁ ଶୋଇ ପଡ଼ିଥିଲେ। ତେବେ ମେସିନ୍‌ଟି ଅତ୍ୟଧିକ ଗରମ ହୋଇଯିବାରୁ କୋଠରିଟି ଅତ୍ୟଧିକ ଉତ୍ତପ୍ତ ହୋଇ ଯାଇଥିଲା। ଫ୍ୟାନ୍‌ ପବନ ଯୋଗୁଁ ଗ୍ୟାସ ଚୁଲି ଲିଭିଯିବାରୁ ସିଲିଣ୍ତର୍‌ରୁ ଗ୍ୟାସ୍‌ ମଧ୍ୟ ଲିକ୍‌ ହୋଇ ଶେଷରେ ରୁଦ୍ଧ କୋଠରିରେ ଗ୍ୟାସ୍‌ ଭର୍ତ୍ତି ହୋଇ ଯାଇଥିଲା। ଫଳରେ ଶୋଇଥିବା ଅବସ୍ଥାରେ ଶ୍ବାସରୁଦ୍ଧ ହୋଇ ତିନି ଜଣ ଅଚେତ ହୋଇ ପଡ଼ି ରହିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କବାଟ ଭାଙ୍ଗି ଅଚେତ ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ତୁରନ୍ତ ମୋହନା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ତିନିଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe