Pune Mirror
ଦଶରଥପୁର: ମଙ୍ଗଳପୁର ଥାନା ମଙ୍ଗଳପୁର ବଜାର ସନ୍ନିକଟ ବଜରାପାଟ ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଦୋକାନରେ ଥିବା ୩ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ ଶୁକ୍ରବାର ସନ୍ଧ୍ୟାରେ ଜଳଖିଆ ଦୋକାନରେ ଭିଡ଼ ଥିବାବେଳେ ହଠାତ୍ ଦୋକାନରେ ଥିବା ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଧୂଆଁମୟ ହେବା ସହିତ ନିଆଁ ବ୍ୟାପିଯାଇଥିଲା।
ବାହାରେ ଠିଆ ହୋଇଥିବା ଲୋକେ ଭୟରେ ଦୌଡ଼ି ପଳାଇଥିଲେ। ଦୋକାନ ଭିତରେ ରହିଥିବା କାଟିଆ ଅଞ୍ଚଳର ୩ଜଣ ଯୁବକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସମସ୍ତ ଆହତଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ ଡାକ୍ତର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି।
Follow Us