ଗେଟମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ରକ୍ଷା ପାଇଲା ଭୁବନେଶ୍ବର-ଆନନ୍ଦବିହାର ସୁପରଫାଷ୍ଟ

ଗେଟମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ରକ୍ଷା ପାଇଲା ଭୁବନେଶ୍ବର-ଆନନ୍ଦବିହାର ସୁପରଫାଷ୍ଟ

ଭୁବନେଶ୍ବର: ଗେଟମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି ଭୁବନେଶ୍ବର-ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସ। ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀରେ। ସୂଚନାନୁସାରେ, ଭୁବନେଶ୍ବର ଭିଏସ୍ଏସ୍ ନଗର ଲେଭଲ କ୍ରସିଂ ଓ ମଞ୍ଚେଶ୍ବର ରେଳ ଷ୍ଟେସନ ମଧ୍ୟରେ ଦିନ ପ୍ରାୟ ୧୨ଟା ୫୦ସମୟରେ ଗୋଟିଏ ବଡ଼ ମଇଁଷି ପଲ ହଠାତ୍ ରେଳ ଲାଇନ୍ ଉପରକୁ ଚାଲି ଆସିଥିଲେ। ଠିକ୍ ଏହି ସମୟରେ ବିପରିତ ପଟୁ ଆସୁଥିଲା ଆନନ୍ଦବିହାର ସୁପରଫାଷ୍ଟ।

Related image abtakmedia.com

ଟ୍ରେନ ମାଡ଼ି ଆସୁଥିବା ଦେଖି ଭିଏସ୍ଏସ୍ ନଗର ଲେଭଲ କ୍ରସିଂରେ ଡ୍ୟୁଟିରେ ଥିବା ଗେଟମ୍ୟାନ୍ ଏ.କେ.ତ୍ରିପାଠୀ ସଙ୍ଗେ ସଙ୍ଗେ  ରେଳ ଲାଇନ୍ ଉପରକୁ ଚାଲି ଆସି ଲାଲ୍ ପତାକା ହଲାଇ ଟ୍ରେନର ଗତି ମନ୍ଥର କରିବାକୁ ଲୋକୋ ପାଇଲଟଙ୍କୁ ସଙ୍କେତ ଦେଇଥିଲେ। ଫଳରେ ମଇଁଷି ପଲଠାରୁ ଅଳ୍ପ ଦୂରରେ ଟ୍ରେନଟି ଅଟକି ଯାଇଥିଲା। ଏହା ଦ୍ବାରା ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନ । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଲୋକେ ଏବେ ଗେଟମ୍ୟାନ୍ ଏ.କେ.ତ୍ରିପାଠୀଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe