ପୁଣି ଗୌତମଙ୍କ ଉପରେ ଭରସା ରଖିଲା ବିଜେପି: ଜୟପୁରରେ ଇନ୍ଦିରା, ତାରାଙ୍କୁ କରିବେ ମୁକାବିଲା

ପୁଣି ଗୌତମଙ୍କ ଉପରେ ଭରସା ରଖିଲା ବିଜେପି: ଜୟପୁରରେ ଇନ୍ଦିରା, ତାରାଙ୍କୁ କରିବେ ମୁକାବିଲା

ଜୟପୁର: ଶେଷରେ ଜୟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ଥରେ ଭରସା ରଖିଛି। ଚଳିତ ବିଧାନସଭା ନିର୍ବାଚନରେ ଗୌତମକୁ ବିଜେପି ଜୟପୁର ଆସନ ପାଇଁ ଟିକେଟ୍‌ ଦେଇଛି। ଏଠାରେ ପୂର୍ବରୁ କଂଗ୍ରେସରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଓ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଟିକେଟ୍‌ ଦେଇଛି। ଫଳରେ ଚଳିତ ନିର୍ବାଚନରେ ଜୟପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ସାଧାରଣ ନିର୍ବଚାନ-୨୦୧୯ରେ ଜୟପୁର ଆସନରେ ବିଜେଡିରୁ ରବି ନାରାୟଣ ନନ୍ଦ, ବିଜେପିରୁ ଗୌତମ ସାମନ୍ତରାୟ ଓ କଂଗ୍ରେସରୁ ତାରାବାହିନୀ ପତି ଅବତୀର୍ଣ୍ଣ ହୋଇଥିଲେ। ତାରାପ୍ରସାଦ ବାହିନୀପତିଙ୍କୁ ୫୯,୭୮୫ ଖଣ୍ଡ ଭୋଟ୍‌ ମିଳିଥିଲା। ରବିନାରାୟଣ ନନ୍ଦ ୫୪,୩୩୪ ଖଣ୍ଡ ଭୋଟ୍‌ ପାଇଥିଲେ। ତାରା ବାହିନୀପତି ୫୪୫୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ଗୌତମ ସାମନ୍ତରାୟ ତୃତୀୟ ସ୍ଥାନରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe