ଶିକ୍ଷା ବିକାଶ ସମିତି ଓଡ଼ିଶାର ସାଧାରଣ ସଭା: ଭାରତର 'ସ୍ବ'କୁ ଜାଗ୍ରତ କରାଇବା ଲାଗି ଆହ୍ବାନ

ଶିକ୍ଷା ବିକାଶ ସମିତି ଓଡ଼ିଶାର ସାଧାରଣ ସଭା: ଭାରତର 'ସ୍ବ'କୁ ଜାଗ୍ରତ କରାଇବା ଲାଗି ଆହ୍ବାନ

ଭୁବନେଶ୍ବର:୨୦୨୨-୨୩ ଶିକ୍ଷାବର୍ଷ ନିମନ୍ତେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ସାଧାରଣ ସଭା କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମାଜ ପାଇଁ ପଥ ନିର୍ମାଣକାରୀ ବୋଲି ଅଭିହିତ କରିବା ସହିତ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର 'ସ୍ବ' (ସ୍ବାଭିମାନ)କୁ ଜାଗ୍ରତ କରାଇବା ପାଇଁ ଆହ୍ବାନ ଦେଇଥିଲେ ।
ଶିକ୍ଷା ବିକାଶ ସମିତିର ସଭାପତି ଡକ୍ଟର କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ମହାରଣା ଓ ଶିକ୍ଷା ବିକାଶ ସମିତିର ସମ୍ପାଦକ କମଳାକାନ୍ତ ମିଶ୍ର ଅତିଥି ଭାବରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ପ୍ରଦୀପ କୁମାର ସାହୁ ଦିବଂଗତ ସଂଗଠନର କାର୍ଯ୍ୟକର୍ତ୍ତା, ବୀର ସହିଦ ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଆଗତ କରିବା ସହିତ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା।
ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ଡକ୍ଟର ତରୁଲତା ଦେବୀ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ରଖିଥିବା ବେଳେ ଉମେଶ ଦାଶ କ୍ଷେତ୍ରୀୟ ଓ ପ୍ରାଦେଶିକ କାର୍ଯ୍ୟକର୍ତ୍ତାମାନଙ୍କର ପରିଚୟ ପ୍ରଦାନ କରିଥିଲେ।

publive-image
ଶିକ୍ଷା ବିକାଶ ସମିତି ଓଡ଼ିଶାର ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ ସାଧାରଣ ସଭାର ପ୍ରସ୍ତାବନା ଉପସ୍ଥାପନ କରିବା ସମୟରେ ପରିବେଶ, ସ୍ବଚ୍ଛତା,ପ୍ରାଶାସନିକ ରୂପରେଖ,ଭୂମି ଭବନ, ପୋଷ୍ୟଗ୍ରାମ, ପୂର୍ବଛାତ୍ର, କୁଟୁମ୍ବ ପ୍ରବନ୍ଧନ,ଏକଲବ୍ୟ ବିଦ୍ୟାଳୟ, ଚାରି ଆୟାମର କାର୍ଯ୍ୟ ବିଶେଷ ଭାବରେ ବିଦ୍ୟାଳୟମୁଖୀ ଓ ସମାଜମୁଖୀ କାର୍ଯ୍ୟକ୍ରମର ବିସ୍ତାର ପାଇଁ ଆଲୋକପାତ କରିଥିଲେ।

publive-image
ଅନ୍ୟମାନଙ୍କ ମଧ୍ୟରେ ସଂଘର ବରିଷ୍ଠ ପ୍ରଚାରକ ତଥା ପୂର୍ବ କ୍ଷେତ୍ରର ପ୍ରାକ୍ତନ ସଂଗଠନ ମନ୍ତ୍ରୀ ମାନନୀୟ ବିଜୟ ଗଣେଶ କୁଲକର୍ଣୀ ଓ ବର୍ତ୍ତମାନର ସଂଗଠନ ମନ୍ତ୍ରୀ ଦିବାକର ଘୋଷଜୀ ଉପସ୍ଥିତ ରହିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୧୬ଟି ସଂକୁଳର ସଂଯୋଜକ, ପ୍ରମୁଖ, ସମସ୍ତ ଜିଲ୍ଲାର ପ୍ରମୁଖ, ସହପ୍ରମୁଖ,୯ଟି ସମ୍ଭାଗର କାର୍ଯ୍ୟକର୍ତ୍ତା ଯୋଗଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe