ଲୋକେ ପାଇଲେ ହଜିଯାଇଥିବା ୫୨ ମୋବାଇଲ

Advertisment
ଲୋକେ ପାଇଲେ ହଜିଯାଇଥିବା ୫୨ ମୋବାଇଲ

ରାଉରକେଲା: ହଜି ଯାଇଥିବା ମୋବାଇଲଗୁଡ଼ିକୁ ଲୋକଙ୍କୁ ଫେରାଇଛି ରଘୁନାଥପାଲୀ ପୁଲିସ। ତା’ ପୁଣି ୧୦  କି ୨୦ଟି ନୁହେଁ ୫୨ ମୋବାଇଲ ଲୋକଙ୍କୁ ଡାକି ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଆଜି ପ୍ରଥମ ଦିନରେ ୨୬ ଲୋକ ଆବଶ୍ୟକୀୟ କାଗଜପତ୍ର ଦେଖାଇ ସେମାନଙ୍କର ମୋବାଇଲଗୁଡ଼ିକ ନେଇଛନ୍ତି। ମୋବାଇଲଗୁଡ଼ିକୁ ନେବାକୁ ଆବଶ୍ୟକୀୟ କାଗଜପତ୍ର ଧରି ଲୋକମାନେ ରଘୁନାଥପାଲୀ ଥାନା‌ରେ ସଂଧ୍ୟାରେ ଭିଡ଼ ଜମାଇଥିଲେ। ଜଣେ ପରେ ଜଣେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ସେମାନଙ୍କ ‌ମୋବାଇଲ ନେଇଥିଲେ। ମୋବାଇଲ ପାଇଥିବା ଲୋକମାନେ ପୁଲିସ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି। ଆଜି ରଘୁନାଥପାଲୀ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାନପୋଷ ଏସ୍‌ଡିପିଓ ସୁଶ୍ରୀ ସାମଦ କହିଛନ୍ତି ରାଉରକେଲାର ବିଭିନ୍ନ ଅଞ୍ଚଳର ଲୋକଙ୍କ ମୋବାଇଲ ହଜିଯାଇଥିବା ନେଇ ବିଭିନ୍ନ ସ୍ଥାନରେ ଲିଖିତ ଅଭିଯୋଗ ଦେଉଥିଲେ।

ଭୁଲବଶତଃ କାହାର ମୋବାଇଲ ରାସ୍ତାରେ ଖସି ପଡିଥିଲା ତ ଅନ୍ୟ କାହାର ପକେଟରୁ  ମୋବାଇଲ ଚୋରି ହୋଇଯାଇଥିଲା। କେବଳ ଏତିକି ନୁହେଁ, ହସ୍ପିଟାଲ, ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ମଧ୍ୟ କିଛି ଲୋକଙ୍କର ମୋବାଇଲ  ହଜିଯାଇଥିଲା। ସେମାନେ ସ୍ଥାନୀୟ ଥାନା‌ରେ ଲିଖିତ ଅଭିଯୋଗ କରୁଥିଲେ। ଏମିତି କିଛି ଲୋକ ସିମ୍‌ ବ୍ଳକ ଓ ନୂଆ ସିମ୍‌ ବ୍ୟବହାର କରିବାକୁ ବାରମ୍ବାର  ସ୍ଥାନୀୟ ଥାନାକୁ ବାରମ୍ବାର ଦୌଡୁଥିଲେ। ପୁଲିସ  ସହାୟତା କରିବା ପରେ ସେମାନେ ନୂଆ ସିମ୍‌ ବ୍ୟବହାର କରୁଥିଲେ। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋ ହଜି ଯାଇଥିବା ଓ ଚୋରି ମୋବାଇଲଗୁଡ଼ିକୁ ଜବତ କରିବାକୁ ରଘୁନାଥପାଲୀ ଥାନା ଅଧିକାରୀ ସୁବ୍ରତ ମେହେର, ଜଲଦା ଫାଣ୍ଡି ଅଧିକାରୀ ଉଦୟ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ସୁବ୍ରତ ମେହେର ଓ ଜଲଦା ଫାଣ୍ଡି ଅଧିକାରୀ ଲିଖିତ ଅଭିଯୋଗ ଅନୁଯାୟୀ ମୋବାଇଲ ନମ୍ବରଗୁଡ଼ିକୁ ଟାର୍କିଂ କରିଥିଲେ। ଟାର୍କିଂରୁ  ବିଭିନ୍ନ ଅଞ୍ଚଳରୁ ଗୋଟିଏ ପରେ ଗୋଟିଏ ଏମିତି ୫୨ଟି ମୋବାଇଲ ଜବତ କରିବାରେ ସଫଳ ହୋଇଥିଲେ। ପରେ ସେସବୁ ମୋବାଇଲଗୁଡ଼ିକୁ ଫେରାଇବାକୁ ଲିଖିତ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କୁ ଆବଶ୍ୟକୀୟ କାଗଜପତ୍ର ଧରି ଥାନାକୁ ଆସିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe