ଲଗାଣ ବର୍ଷାରେ ଉପକୂଳ ଓଡ଼ିଶାର ଜନଜୀବନ ଅସ୍ତବ୍ୟସ୍ତ

Advertisment

କଟକ ସହରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ସହର ଜଳାର୍ଣ୍ଣବ, ୧୨ ମାଟି ଘର ଭୁଶୁଡ଼ିଲା

କଟକ ସହରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ସହର ଜଳାର୍ଣ୍ଣବ, ୧୨ ମାଟି ଘର ଭୁଶୁଡ଼ିଲା

ଲଗାଣ ବର୍ଷାରେ ଉପକୂଳ ଓଡ଼ିଶାର ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଠାରୁ େଓ୍ଵଲ୍‌ ମାର୍କ ଲୋପ୍ରେସରରେ ପରିଣତ ହୋଇଛି। ପ୍ରଭାବରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି।ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗତକାଲି ଠାରୁ ଭୁବନେଶ୍ୱର ସହର ସହତ ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛିି। ଆଜି ଦିନ ସାଢ଼େ ୧୦ଟା ଯାଏ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ,ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ ଓ ବଲାଙ୍ଗିରର ଲୋକେ ଘଡ଼ଘଡ଼ି ଓ ବିଜୁଳି ପ୍ରତି ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ନୟାଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ସେହିପରି ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି।

କଟକ ସହରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

କଟକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫.୪ ମିଲିମିଟର ବର୍ଷା ହୋଇଛି। କଟକ ଜିଲ୍ଲାରେ ଝଡ଼ିବର୍ଷା ଲାଗି ରହିଥିବାରୁ କଟକ ଜିଲ୍ଲାପାଳ ଆଜି ସକାଳୁ କଟକ ସହରର ସମସ୍ତ ସ୍କୁଲ ଓ କଲେଜ୍‌କୁ ଛୁଟି ଘୋଷଣା କରିଛନ୍ତି। ସହରର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ସହର ଜଳାର୍ଣ୍ଣବ, ୧୨ ମାଟି ଘର ଭୁଶୁଡ଼ିଲା

publive-image

ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିିତି ବେହାଲ ହୋଇ ଯାଇଛି। କେନ୍ଦ୍ରାପଡ଼ା ସହରର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ ଦପ୍ତର, କେନ୍ଦ୍ରାପଡ଼ା ମେଡିକାଲ, କେନ୍ଦ୍ରାପଡ଼ା କୋର୍ଟ ସହିତ କେନ୍ଦ୍ରାପଡ଼ା ସହରର ୨୧ଟି ଓ୍ଵାର୍ଡ ମଧ୍ୟରୁ ୧୬ଟି ଓ୍ଵାର୍ଡରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

publive-image ପୌର କର୍ତ୍ତୃପକ୍ଷ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରି ପାରୁ ନ ଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।ସେହିପରି ହରିପୁର, ଇନ୍ଦୁପୁର ଆଦି ସ୍ଥାନରେ ୧୨ଟି ମାଟି ଘର ଭୁଶୁଡ଼ି ପଡ଼ିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe