୫ ତାରିଖ ଠାରୁ ମା' ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

Advertisment
ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ

commons.wikimedia.org

ଘଟଗାଁ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ମା' ତାରିଣୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। କେବଳ ପୂଜକ ଓ ସେବାୟତଙ୍କୁ ନେଇ ନୀତିକାନ୍ତି ଚାଲିବ। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହରେ ତିନିଦିନ ଶନିବାର, ରବିବାର, ମଙ୍ଗଳବାର ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ଲକ୍‌ଡାଉନ୍‌ ପାଇଁ ଆସନ୍ତାକାଲିଠାରୁ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ମା' ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଟ୍ରଷ୍ଟବୋର୍ଡ ସଦସ୍ୟ ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର ପ୍ରମୁଖ ଆଜି ଆଲୋଚନା କରି ପ୍ରଶାସନର ନିଷ୍ପତ୍ତିକୁ କଡ଼ା‌କଡ଼ି ଭାବେ ପାଳନ କରିବାପାଇଁ ସ୍ଥିର କରିଛନ୍ତି। ଏହି ସମୟ ମଧ୍ୟରେ ମା' ତାରିଣୀଙ୍କ ଦର୍ଶନ ପାଇଁ ନ ଆସିବାକୁ ଟ୍ରଷ୍ଟବୋର୍ଡ ତରଫରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe