ଟିପିସିଓଡିଏଲ୍‌ ଆବେଦନ ଉପରେ ଜନଶୁଣାଣି: ୟୁନିଟ୍‌ ପିଛା ୧୨.୪୨ ପଇସା ବୃଦ୍ଧି ପ୍ରସ୍ତାବ

Advertisment

ଓଇଆର୍‌ସି ଶୁଣାଣିର ଷଷ୍ଠ ଦିନରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିରୂପଣ ଶୁଣାଣି ହୋଇଛି। ଆବେଦନକାରୀ ଟାଟା କେନ୍ଦ୍ରୀୟ ଓଡ଼ିଶା ବିଦ୍ୟୁତ୍‌ ବିତରଣ କମ୍ପାନି (ଟିପିସିଓଡିଏଲ୍‌) ସହ ୩୨ ଜଣ ଅଭିଯୋଗକାରୀ ଏବଂ ଶକ୍ତି ବିଭାଗ ଉପସ୍ଥିତିରେ ଆୟୋଗ ଏହି ଜନଶୁଣାଣି କରିଛନ୍ତି।

ଓଇଆର୍‌ସି ଶୁଣାଣିର ଷଷ୍ଠ ଦିନରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିରୂପଣ ଶୁଣାଣି ହୋଇଛି। ଆବେଦନକାରୀ ଟାଟା କେନ୍ଦ୍ରୀୟ ଓଡ଼ିଶା ବିଦ୍ୟୁତ୍‌ ବିତରଣ କମ୍ପାନି (ଟିପିସିଓଡିଏଲ୍‌) ସହ ୩୨ ଜଣ ଅଭିଯୋଗକାରୀ ଏବଂ ଶକ୍ତି ବିଭାଗ ଉପସ୍ଥିତିରେ ଆୟୋଗ ଏହି ଜନଶୁଣାଣି କରିଛନ୍ତି।

ଟିପିସିଓଡିଏଲ ଠିକା କର୍ମଚାରୀଙ୍କ ଚେତାବନୀ: ସ୍ଥାୟୀ ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ବର: ଓଇଆର୍‌ସି ଶୁଣାଣିର ଷଷ୍ଠ ଦିନରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିରୂପଣ ଶୁଣାଣି ହୋଇଛି। ଆବେଦନକାରୀ ଟାଟା କେନ୍ଦ୍ରୀୟ ଓଡ଼ିଶା ବିଦ୍ୟୁତ୍‌ ବିତରଣ କମ୍ପାନି (ଟିପିସିଓଡିଏଲ୍‌) ସହ ୩୨ ଜଣ ଅଭିଯୋଗକାରୀ ଏବଂ ଶକ୍ତି ବିଭାଗ ଉପସ୍ଥିତିରେ ଆୟୋଗ ଏହି ଜନଶୁଣାଣି କରିଛନ୍ତି। ଏଥିରେ ଟିପିସିଓଡିଏଲ୍‌ ପକ୍ଷ ରଖି କହିଛି, ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ  ଗ୍ରିଡ୍‌କୋ ଠାରୁ ଅଧିକ ୧୩୧୦ ନିୟୁତ ୟୁନିଟ୍‌ କ୍ରୟ ହେବ। ଅର୍ଥାତ ଗ୍ରିଡ୍‌କୋ ଠାରୁ ୧୩୮୨୩ ନିୟୁତ ୟୁନିଟ୍‌ କ୍ରୟକରି ୪୬୮୮.୩୬ କୋଟି ଟଙ୍କା ପଇଠ କରିବ। ସେଥିରୁ ୧୭.୧୭% ହିସାବରେ ୨୩୭୪ ନିୟୁତ ୟୁନିଟ୍‌ ବିତରଣ କ୍ଷତି ହେବ ଓ ଅବଶିଷ୍ଟ ୧୧୪୪୯ ନିୟୁତ ୟୁନିଟ୍‌ ଉପଭୋକ୍ତାଙ୍କୁ ବିକ୍ରି କରାଯିବ। ନେଟ୍‌ ରାଜସ୍ୱ ଆବଶ୍ୟକତା ୬୮୬୨.୫୪ କୋଟି ଟଙ୍କା ଆକଳନ କରିଥିବା ବେଳେ ଅଦାୟ ହେବ ୬୭୨୦.୩୯ କୋଟି ଟଙ୍କ। ଅର୍ଥା୍‌ତ ୧୪୨.୧୫ କୋଟି ଟଙ୍କା ରାଜସ୍ୱ ନିଅଣ୍ଟକୁ ଭରଣା କରିବା ପାଇଁ ୟୁନିଟ୍‌ ପିଛା ୧୨.୪୨ ପଇସା ଟାରିଫ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛି ଟିପିସିଓଡିଏଲ୍‌।
ୱାଇଜ୍‌ ଟିପିସିଓଡିଏଲ୍‌ ପ୍ରସ୍ତାବ ଉପରେ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିବା ପରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଭିତ୍ତିଭୂମି ଓ ପୁଞ୍ଜିନିବେଶ ଉପରେ ଆଲୋଚନା କରିଥିଲେ।

ଆସନ୍ତାବର୍ଷ ପାଇଁ ୨୪ ପଇସା କମ୍‌ ପ୍ରସ୍ତାବକୁ ପ୍ରବଳ ବିରୋଧ
ଅଧିକ ଆଦାୟ ଟଙ୍କାକୁ ସୁଧସହ ଉପଭୋକ୍ତାଙ୍କୁ ଫେରସ୍ତ ଦାବି 
ମାସକୁ ୧୦ ଘଣ୍ଟା ଓ ୧୫ ଥର ବିଦ୍ୟୁତ୍‌ କଟିବା ନିୟମ
ଟାଟା କାଟୁଛି ୧୫ ଘଣ୍ଟା ଓ ୨୬ ଥର

ସେହିପରି ଉପସ୍ଥିତ ଥିବା ଅନ୍ୟ ଅଭିଯୋଗକାରୀ ଇଂ. ଅକ୍ଷୟ ସାହାଣୀ, ବିଭୁ ସ୍ୱାଇଁ, କଟକ ରୋଟାରି କ୍ଲବ୍‌, ପ୍ରିୟବ୍ରତ ସାହୁ, ସତ୍ୟ ରଥ, ରୁଦ୍ର ହୋତା, ପୂର୍ବତଟ ରେଳପଥ, ଓପିଟିସିଏଲ୍‌, ପ୍ରସନ୍ନ ବିଶୋଇ, କମଳାକାନ୍ତ ଦାସ ଓ ଜ୍ୟୋତି ଦାସ ପ୍ରମୁଖ ଉପଭୋକ୍ତମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ମତ ରଖିଥିଲେ। ବରିଷ୍ଠ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ୨୦୨୩-୨୪ ପାଇଁ ଆୟୋଗ ନିର୍ଦ୍ଧାରିତ କରିଥିବା ଟାରିଫ୍‌ ଠାରୁ ଟାଟା ୟୁନି୍‌ଟ ପିଛା ୨୮ ପଇସା ଅଧିକ ଆଦାୟ କରି ସମୁଦାୟ ୨୪୬.୪୭ କୋଟି ଟଙ୍କା ଅଧିକ ପାଇଛି। ତେଣୁ ଏହାକୁ ବିଦ୍ୟୁତ୍‌ ଆଇନ ୨୦୦୩ ଧାରା ୬୨(୬) ଅନୁସାରେ ସୁଧସହ ଉପଭୋକ୍ତାଙ୍କୁ ଫେରସ୍ତ କରାଯାଉ। କ୍ରସ୍‌ ସବସିଡି ହିସାବ ପ୍ରଣାଳୀରେ ଯେଉଁ ହାରାହାରି ବିଦ୍ୟୁତ୍‌ ସେବା ମୂଲ୍ୟକୁ ବିଚାରକୁ ନିଆଯାଉଛି ତାହା ଗ୍ରସ୍‌ମୂଲ୍ୟ। ସେଥିରୁ ଅଣଟାରିଫ ଆୟକୁ ବାଦ ଦିଆଯାଇ ନେଟ୍‌ ବିଦ୍ୟୁତ୍‌ ସେବା ମୂଲ୍ୟକୁ ଆକଳନ କଲେ କ୍ରସ୍‌ ସବ୍‌ସିଡି କମ ହୋଇପାରିବ। ଠିକା କର୍ମଚାରୀ ଖର୍ଚ୍ଚ ଦୁଇ ଥର ୮୩.୫୮ କୋଟି ଟଙ୍କା ମାଗିବା, ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ୧୪ ଗୁଣ ବୃଦ୍ଧି କରିବା, ପ୍ରାଶାସନିକ ଓ ସାଧାରଣ ଖର୍ଚ୍ଚ ୪ ଗୁଣ ବୃଦ୍ଧି, ଅନାଦାୟ ବିଲ୍‌ ଖର୍ଚ୍ଚ ଏବଂ ଜରିମାନା ଆଦାୟକୁ ହଡ଼ପ କରିବା ଉପରେ ପ୍ରବଳ ଅଭିଯୋଗ କରି ନେଟ୍‌ ରାଜସ୍ୱ ଆବଶ୍ୟକତାକୁ କମ୍‌ କରିବା ପାଇଁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସେହିପରି କେନ୍ଦ୍ରୀୟ ଓଡ଼ିଶାରେ ମାସକୁ ୧୦ ଘଣ୍ଟା ଓ ୧୫ ଥର ବିଦ୍ୟୁତ୍‌ କଟିବା ନିୟମ ଥିଲେ ବି ଟାଟା ଆସିବା ପରେ ଏହା ୧୫ ଘଣ୍ଟା ଓ ୨୬ ଥରକୁ ବୃଦ୍ଧିପାଇବାକୁ ବିରୋଧ କରାଯାଇଥିଲା। ଶକ୍ତି ବିଭାଗର ଅଧିକାରୀ ସୋନାଲୀ ପଟ୍ଟନାୟକ କହିଲେ, ଜନଶୁଣାଣି ପରେ ସରକାର ଏକ ରିପୋର୍ଟ ଦାଖଲ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe