୨୭୪୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ହେବ ଜିଓ ଟ୍ୟାଗିଂ

Advertisment

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ

୨୭୪୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ହେବ ଜିଓ ଟ୍ୟାଗିଂ

The New Indian Express

ଭୁବନେଶ୍ବର : ରାଜ୍ୟରେ ଥିବା ୨୭୪୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜିଓ ଟ୍ୟାଗିଂ କରାଯାଇ ଏହାର ପ୍ରମୁଖ ଆବଶ୍ୟକତା‌ ସମ୍ପର୍କରେ ‘ଆମ ଜଳାଶୟ’ ପୋର୍ଟାଲରେ ସୂଚନା ଅଧୁନାତନ କରିବାକୁ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓରସାକ୍)କୁ ତଥ୍ୟ ଦିଆଯାଇଛି। ଏହାକୁ ତୁରନ୍ତ ଶେଷ କରିବାକୁ ଆଜି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ସାହୁ କ୍ଷୁଦ୍ର ଜଳସେଚନ ଡିଭିଜନ ମୁଖ୍ୟ ଯନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ରାଜ୍ୟରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଓ ନିର୍ମଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅଧିକାରୀମାନେ ଅଧିକରୁ ଅଧିକ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ସେସବୁର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଜନପ୍ରତିନିଧି ଓ ପାଣି ପଞ୍ଚାୟତ ସହ ଆଲୋଚନା କରି ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି।

publive-image NDTV.com

ଏହି ବୈଠକରେ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା, କେନାଲ ଲାଇନିଂ ଓ ସିଷ୍ଟମ ରିହାବିଲିଟେସନ୍ ପ୍ରୋଗ୍ରାମ, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତୀକରଣ, ବନ୍ଧ ସୁରକ୍ଷା ଓ ଉନ୍ନତୀକରଣ ପାଇଁ ବ୍ୟୟ ବରାଦ ଓ ଧାର୍ଯ୍ୟ ଲକ୍ଷକୁ ତ୍ବରିତ ପଦକ୍ଷେପ ନିଆଯାଇ ଶେଷ କରିବା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଡ୍ୟାମ ଉନ୍ନତୀକରଣ ଯୋଜନା, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କୃଷି ଉପଯୋଗୀ ସହନଶୀଳ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ଆଦିର କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ।

ସେହିପରି ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବ ଦିଆଯାଉଥିବା ନୂଆ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କ ଜ୍ଞାତସାରକୁ ଅଣାଗଲେ ପ୍ରକଳ୍ପର ବାସ୍ତବ ସ୍ଥିତି ଜଣାଯିବା ସହ କାର୍ଯ୍ୟକାରିତାବେଳେ ଅସୁବିଧା ରହିବ ନାହିଁ ବୋଲି ମନ୍ତ୍ରୀ କହିଥି‌େଲ।
ଏହି ବୈଠକରେ କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ ଚିନ୍ମୟ ରଂଜନ ରାଉତଙ୍କ ସମେତ ଡିଭିଜନର ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe