ବନ୍ୟା କ୍ଷୟକ୍ଷତି ରିପୋର୍ଟରେ ଜିଓ ଟ୍ୟାଗିଂ ଫଟୋ ବାଧ୍ୟତାମୂଳକ

Advertisment

ତୁରନ୍ତ ଘଳିଆ, ଘାଇ ମରାମତି କରିବାକୁ ନିର୍ଦ୍ଦେଶ

ତୁରନ୍ତ ଘଳିଆ, ଘାଇ ମରାମତି କରିବାକୁ ନିର୍ଦ୍ଦେଶ

ବନ୍ୟା କ୍ଷୟକ୍ଷତି ରିପୋର୍ଟରେ ଜିଓ ଟ୍ୟାଗିଂ ଫଟୋ ବାଧ୍ୟତାମୂଳକ

ଭୁବନେଶ୍ବର : ଚଳିତବର୍ଷ ମହାନଦୀ ଓ ଏହାର ଶାଖା ନଦୀ, ବୈତରଣୀ, ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସି ବିତ୍ପାତ ରଚିବା ପରେ ଏହାର କ୍ଷୟକ୍ଷତି ଆକଳନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ସେଠାରେ ଯେପରି ଲୋକଙ୍କୁ ସରକାରୀ ସହାୟତା ମିଳିବ, ବନ୍ୟା ଅଞ୍ଚଳରେ ଯେପରି ସରକାରୀ ସହାୟତା ବଣ୍ଟନରେ କୌଣସି ହେରଫେର ନହୁଏ ସେନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ସମ୍ପତ୍ତି, ଲୋକଙ୍କ ଘର, ରାସ୍ତା ଘାଟ, ଫସଲ ଆଦିର ରିପୋର୍ଟ ଦେବାବେଳେ ଜିଓ ଟ୍ୟାଗିଂ ଫଟୋ, ତାରିଖ ଓ ସମୟ ଲେଖାଥିବା ଫଟୋ ଦେବାକୁ କୁହାଯାଇଛି। ଏହାକୁ ଭିତ୍ତିକରି ଜିଲ୍ଲାପାଳମ‌ାନେ କ୍ଷେତ୍ରସ୍ତରରୁ ରିପୋର୍ଟ ସଂଗ୍ରହ କରି ପଠାଇବାକୁ କୁହାଯାଇଛି। ସେହିପରି ବନ୍ୟାରେ ଉପରୋକ୍ତ ନଦୀଗୁଡ଼ିକରେ ବହୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବାବେଳେ ଘାଇ ସୃଷ୍ଟି ହୋଇଛି। ଏବେ ବର୍ଷା ଋତୁ ସରିନଥିବାବେଳେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମୌସୁମୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି। ଏପରିକି ଅକ୍ଟୋବର ମାସରେ ବାତ୍ୟା ଆଶଙ୍କା ଅଛି। ତେଣୁ ଲଗାଣ ବର୍ଷା ହେଲେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଆଗକୁ ଯେପରି କ୍ଷୟକ୍ଷତି ନହେବ ତାହାକୁ ନଜରରେ ରଖି ତୁରନ୍ତ ସମସ୍ତ ଘାଇ ଓ ଘଳିଆ ବନ୍ଦ କରିବାକୁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜଳସମ୍ପଦ ବିଭାଗକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe