ଭୂଗୋଳ ପ୍ରତିଭା ପରୀକ୍ଷାଫଳ ପ୍ରକାଶିତ

ଭୂଗୋଳ ପ୍ରତିଭା ପରୀକ୍ଷାଫଳ ପ୍ରକାଶିତ

ଭୁବନେଶ୍ୱର : ଭୂଗୋଳ ଶିକ୍ଷକ ସମିତି ପକ୍ଷରୁ ୨୦୧୭ ନଭେମ୍ବର ମାସରେ ଅନୁଷ୍ଠିତ ଭୂଗୋଳ ପ୍ରତିଭା ପରୀକ୍ଷା ଓ ସାମାଜିକ ବିଜ୍ଞାନ ଅଲମ୍ପିୟାଡ୍‌ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଏଥିରେ ରାଉରକେଲାର ସେକ୍ଟର-୨୦ ଇସ୍ପାତ୍‌ ଇଂରାଜୀ ବିଦ୍ୟାଳୟର ଛାତ୍ର ଗଜରାଜ ମୋହିନୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ହମିରପୁର ସେଣ୍ଟ୍‌ ପଲ୍‌ ସ୍କୁଲର ଛାତ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଓମକାର ପଟ୍ଟନାୟକ ଏବଂ ମାଘପୁର ନଗର ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ର ସମରଜିତ୍‌ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସାମାଜିକ ବିଜ୍ଞାନ ଅଲମ୍ପିୟାଡ୍‌ରେ ପଟିଆ ଓଡିଏମ୍‌ ସ୍କୁଲର ଛାତ୍ରୀ ନିର୍ଭୀକା ଶତପଥୀ ପ୍ରଥମ, ୟୁନିଟ-୪ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀ ବନ୍ଦନା ପ୍ରିୟଦର୍ଶିନୀ ମିଶ୍ର ୨ୟ, ଦାମନଯୋଡ଼ି ନାଲକୋ ନଗର ଡିପିଏସ୍‌ ଛାତ୍ର ଔରଦୀପ ସାହୁ ଓ ରାଉରକେଲା ଛେଣ୍ଡ୍‌ ସ୍ଥିତ ଚିନ୍ମୟ ବିଦ୍ୟାଳୟର ଛାତ୍ର ପ୍ରତ୍ୟୁଷ ସାହୁ ଯୁଗ୍ମ ୩ୟ ହୋଇଛନ୍ତି ବୋଲି ସମିତିର ସଂପାଦକ ଅମ୍ବିକା ପ୍ରସାଦ ଦାସ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe