ଜର୍ମାନୀ ବିମାନ ଚଳାଚଳ କମ୍ପାନିରେ ନିଯୁକ୍ତି କେଳେଙ୍କାରୀ: କାମ୍ବୋଡ଼ିଆରେ ଲୁଚିଥିବା ଅଭିଯୁକ୍ତ ବିଷ୍ଣୁ ଗିରଫ

Advertisment

ଓଡ଼ିଶାର ଏକାଧିକ ଇଞ୍ଜିନିୟରଙ୍କୁ ଜର୍ମାନୀର ବିମାନ ଚଳାଚଳ କମ୍ପାନିରେ ନିଯୁକ୍ତି ଦେବାର ଆଶା ଦେଖାଇ କୋଟିଏରୁ ଅଧିକ ଟଙ୍କା ଠକି ନିଆଯାଇଛି। କାମ୍ବୋଡ଼ିଆରେ ୧୩ ବର୍ଷ ହେଲା ଲୁଚି ରହିଥିବା ଏହି ଠକେଇର ମୁଖ୍ୟ କାର୍ପଟଦାର ବିଷ୍ଣୁପ୍ରସାଦ ପଟ୍ଟନାୟକ....

ଓଡ଼ିଶାର ଏକାଧିକ ଇଞ୍ଜିନିୟରଙ୍କୁ ଜର୍ମାନୀର ବିମାନ ଚଳାଚଳ କମ୍ପାନିରେ ନିଯୁକ୍ତି ଦେବାର ଆଶା ଦେଖାଇ କୋଟିଏରୁ ଅଧିକ ଟଙ୍କା ଠକି ନିଆଯାଇଛି। କାମ୍ବୋଡ଼ିଆରେ ୧୩ ବର୍ଷ ହେଲା ଲୁଚି ରହିଥିବା ଏହି ଠକେଇର ମୁଖ୍ୟ କାର୍ପଟଦାର ବିଷ୍ଣୁପ୍ରସାଦ ପଟ୍ଟନାୟକ....

sasasa

କଟକ: ଓଡ଼ିଶାର ଏକାଧିକ ଇଞ୍ଜିନିୟରଙ୍କୁ ଜର୍ମାନୀର ବିମାନ ଚଳାଚଳ କମ୍ପାନିରେ ନିଯୁକ୍ତି ଦେବାର ଆଶା ଦେଖାଇ କୋଟିଏରୁ ଅଧିକ ଟଙ୍କା ଠକି ନିଆଯାଇଛି। କାମ୍ବୋଡ଼ିଆରେ ୧୩ ବର୍ଷ ହେଲା ଲୁଚି ରହିଥିବା ଏହି ଠକେଇର ମୁଖ୍ୟ କାର୍ପଟଦାର ବିଷ୍ଣୁପ୍ରସାଦ ପଟ୍ଟନାୟକ ଓରଫ୍‌ ବିରଞ୍ଚି ନାରାୟଣ ପଟ୍ଟନାୟକକୁ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଗିରଫ କରିଛି। ସୂଚନା ଅନୁଯାୟୀ, ରାୟଗଡ଼ା ଗୁଣୁପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି କୋଏମ୍ବାଟୁରରେ ଏକ କଲେଜରୁ ଏରୋନଟିକାଲ୍ ଇଞ୍ଜିନିୟରିଂ କରିଥିଲେ। ଠକେଇର ଜାଲ ବିଛାଇଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଷ୍ଣୁ ତାଙ୍କୁ ବିଦେଶରେ ଉଚ୍ଚ ଦରମାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ବ୍ରିଟିସ୍‌ ଏୟାରୱେଜ୍ କିମ୍ବା ଲୁଫ୍‌ଥାନ୍‌ସା ଏୟାରୱେଜ୍‌ ଭଳି ପ୍ରତିଷ୍ଠିତ କମ୍ପାନିରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୯୦ ଲକ୍ଷ ଟଙ୍କା ନେଇଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ତାଙ୍କୁ ଜାଲ୍ ଅଫର୍‌ ଲେଟର୍ ଓ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ନିଯୁକ୍ତିପତ୍ରଟି ସମ୍ପୂର୍ଣ୍ଣ ଜାଲ୍‌ ବୋଲି ଜଣାପଡ଼ିଥିଲା। ଏ ସଂପର୍କରେ ସେ ଗୁଣୁପୁର ଥାନାରେ ଅଭିଯୋଗ କରିବା ପରେ ୨୦୧୮ ଅକ୍ଟୋବର ୨୯ରେ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଦାୟିତ୍ବ ନେଇ ପୃଥକ ମାମଲା ରୁଜୁ କରିଥିଲା। 

ଜାଲ୍ ଅଫର୍ ଲେଟର୍‌, ନିଯୁକ୍ତିପତ୍ରରେ କାରବାର 
ଜେରା ପାଇଁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଅଭିଯୁକ୍ତ ବିଷ୍ଣୁ ଅନ୍ୟଜଣେ ବ୍ୟକ୍ତିଙ୍କ ପୁଅକୁ ମଧ୍ୟ ଜର୍ମାନୀରେ ଚାକିରି ଦେବା ଆଳରେ ୧୫ ଲକ୍ଷ ଟଙ୍କା ଠକି ନେଇଥିଲା। ସେହି ଯୁବକ ଜଣକ ଇଲୋକ୍ଟ୍ରୋନିକ୍ସ ଓ ଇନ୍‌ଷ୍ଟ୍ରୁମେନ୍‌ସନ୍‌ରେ ଇଞ୍ଜିନିୟରିଂ କରିଥିଲେ। ସେ ଠକେଇର ଶିକାର ହୋଇଥିବା ଜାଣି ୨୦୧୮ ସେପ୍ଟେମ୍ବର ୨୪ରେ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ତୃତୀୟ ମାମଲା ବିଷମକଟକ ଥାନାରେ ରୁଜୁ ହୋଇଥିଲା। ବିଷ୍ଣୁ କିନ୍ତୁ ଫେରାର ଥିଲା। ବିଷ୍ଣୁ ନିଜକୁ ଡାକ୍ତର, ପ୍ରଫେସର, ଇଞ୍ଜିନିୟର ଭାବେ ପରିଚୟ ଦେବା ସହ ନିଜର ଠିକଣା, ଡ୍ରାଇଭିଂ ଲାଇସେନ୍ସର ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲା। ସେ ଜର୍ମାନର ବିମାନ ଚଳାଚଳ କମ୍ପାନି ଏଚ୍‌ଆର୍ ମାକ୍ସନସ୍ ଓ ଲୁଫ୍‌ଥାନ୍‌ସା ଟେକ୍‌ନିକ୍ ନାଁରେ ଅଫର୍ ଲେଟର୍ ଓ ନିଯୁକ୍ତିପତ୍ର ପ୍ରସ୍ତୁତ କରୁଥିଲା। କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ସମୟରେ ବିଷ୍ଣୁ ୨୦୧୨ରୁ କାମ୍ବୋଡ଼ିଆରେ ଏକ ଆଇଟି କମ୍ପାନି ଖୋଲି ସେଠାରେ ରହୁଥିବା ଜଣାପଡ଼ିଥିଲା। ନିଜର ପରିଚୟ ଲୁଚାଇବା ପାଇଁ ଆଉ ଏକ ଜାଲ୍ ପାସପୋର୍ଟ ମଧ୍ୟ ପ୍ରସ୍ତୁତ କରିଥିଲା।

ବିଷ୍ଣୁ ବିରୋଧରେ ୨୦୧୯ ଜାନୁଆରି ୧୭ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ବିଷ୍ଣୁ ରାୟଗଡ଼ା, ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ ଚାକିରି ଯୋଗାଇବା ବାହାନାରେ ଲୋକଙ୍କୁ ଟଙ୍କା ଠକେଇ କରିଥିଲା। କାମ୍ବୋଡ଼ିଆରେ ଯେଉଁ ଆଇଟି କମ୍ପାନି ଖୋଲିଥିବା ବିଷ୍ଣୁ ଦାବି କରୁଛି ତାହାକୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ଶେଷ ଥର ବିଷ୍ଣୁ ୨୦୨୩ରେ ଓଡ଼ିଶା ଆସିଥିଲା। ଚଳିତ ମାସରେ ସେ ଭାରତ ଆସିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇ ତା’ର ଗତିବିଧି ଉପରେ ନଜର ରଖିଥିଲା। ୨୧ ତାରିଖରେ ଭୁବନେଶ୍ବରରୁ ବିଷ୍ଣୁକୁ ଗିରଫ କରାଯାଇଛି। ଇନ୍‌ସ୍ପେକ୍ଟର ରାଜକିଶୋର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ବିଷ୍ଣୁକୁ ଗିରଫ କରିବା ପରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏସ୍‌ଡିଜେଏମ୍‌ଙ୍କ ସାମନାରେ ହାଜର କରିଛି। ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe