କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇବା ନାଁରେ ଫସିଲେ

Advertisment
ସାଇବର ଠକେଇରେ ପଡିଲେ ପୁଲିସ ବାବୁ

Image Courtesy of India Today

ସମ୍ବଲପୁର: ସମ୍ବଲପୁରର ଆଉ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବା ଲୋଭରେ ସେ ସାଇବର୍‌ ଠକ ଜାଲରେ ପଡ଼ିଥିଲେ। ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୭୭ ହଜାର ଟଙ୍କା କାଟିନେଇଥିଲା ସାଇବର୍‌ ଠକ। ବ୍ୟକ୍ତି ଜଣକ ହେଉଛନ୍ତି ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲି ମାତୃବିହାର ଅଞ୍ଚଳର ଦିଲ୍ଲୀପ ପଧାନ(୩୯)।

ପୁଲିସ ସୂଚନା ଅନୁଯାୟୀ, ତାଙ୍କୁ ଗତ ୭ ତାରିଖ ଦିନ ଏକ କଲ୍‌ ଆସିଥିଲା। ସାଇବର୍‌ ଠକ କଲ୍‌ରେ ନିଜକୁ ଏସ୍‌ବିଆଇର କଷ୍ଟମର୍‌ କେୟାର୍‌ ପ୍ରତିନିଧି ବୋଲି କହିଥିଲା। କ୍ରେଡିଟ୍‌ କାର୍ଡ ଲିମିଟ୍‌ ବୃଦ୍ଧି କରିବାକୁ ସେ ପ୍ରଲୋଭନ ଦେଖାଇଥିବା ବେଳେ ଦିଲ୍ଲୀପ ମଧ୍ୟ ରାଜି ହୋଇଯାଇଥିଲେ। ତାପରେ ସାଇବର୍‌ ଠକ ତାଙ୍କୁ ଏନିଡେସ୍କ ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ କହିଥିଲା। ଠକ କଥାରେ ବିଶ୍ବାସ କରି ସେ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ ଏବଂ ନମ୍ବର ସେୟାର୍‌ କରିଥିଲେ। ତାପରେ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ନମ୍ବର ଦେଇ ଥିଲେ। ଓଟିପି ମଧ୍ୟ ସେୟାର୍‌ କରିଥିଲେ। ସାଇବର୍‌ ଠକ ପ୍ରଥମେ ଦିଲ୍ଲୀପଙ୍କ କ୍ରେଡିଟ୍‌ କାର୍ଡରୁ ୧ ଲକ୍ଷ ୬୦ ହଜାର ୯୨୮ ଟଙ୍କା କାଟି ନେଇଥିଲା। ପରେ ତାଙ୍କ ଡେବିଟ୍‌ କାର୍ଡରୁ ୧୭,୬୮୦ ଟଙ୍କା କାଟିନେଇଥିଲା। ଏଭଳି ଭାବେ ମୋଟ୍‌ ଉପରେ ୧ ଲକ୍ଷ ୭୭ ହଜାରରୁ ଅଧିକ ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe