ଆପୋଲୋରୁ ଡିସଚାର୍ଜ ହେଲେ ଘନଶ୍ୟାମ

Advertisment
ଆପୋଲୋରେ ବିରଳ ଶଲ୍ୟ ଚିକିତ୍ସା

Justdial

ଭୁବନେଶ୍ବର : ଗତ ୪ତାରିଖ ଦିନ ରାଜ୍ୟରେ କରାଯାଇଥିଲା ପ୍ରଥମ କାଡାଭେରିକ କିଡ୍‌ନି ପ୍ରତିରୋପଣ। ବ୍ରେନ୍‌ ଡେଡ୍‌ ବା ମସ୍ତିଷ୍କ ମୃତ ଥିବା ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନି ୨ଜଣଙ୍କୁ ନୂତନ ଜୀବନ ଦେଇଥିଲା। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଫିରୋଜ ସାହୁ ଓ ଆପୋଲୋରେ ଚିକିତ୍ସିତ ହେଉଥିବା ଘନଶ୍ୟାମ ଜେନାଙ୍କ ଦେହରେ ଏହି କିଡ଼୍‌ନି ପ୍ରତିରୋପଣ କରାଯାଇଥିଲା। ତେବେ ଆଜି ଘନଶ୍ୟାମ ଜେନାଙ୍କୁ ଆପୋଲୋରୁ ଡିସଚାର୍ଜ କରି ଦିଆଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସମୀରନ ଦାସଅଧିକାରୀ କହିଛନ୍ତି।

୪୫ବର୍ଷ ବୟସ୍କ ଘନଶ୍ୟମଙ୍କର ଦୀର୍ଘଦିନ ହେବ କିଡ୍‌ନି ଜନିତ ସମସ୍ୟା ରହିଥିଲା। ୨୦୧୮ ମସିହାରୁ ତାଙ୍କର ଡାଏଲିସିସ୍ ହେଉଥିଲା। ତେବେ ଦୁର୍ଘଟଣାର ଶିକାର ହୋଇଥିବା ଦିଗପହଣ୍ଡି ଅଞ୍ଚଳର ପ୍ରିୟାଙ୍କାରାଣୀ ପାତ୍ରଙ୍କର ଆପୋଲୋରେ ଚିକିତ୍ସା ଚାଲିଥିବା ସମୟରେ ବ୍ରେନ୍‌ ଡେଡ୍‌ ଥିବା ଡାକ୍ତର ଘୋଷଣା କରିଥିଲେ। ପରିବାର ଲୋକ ତାଙ୍କ କିଡ୍‌ନି ଦାନ କରିବା ପାଇଁ ସମ୍ମତି ଦେଇଥିଲେ। ଏହା ପରେ ତାଙ୍କ ରାଜ୍ୟର ପ୍ରଥମ କାଡାଭେରିକ୍ କିଡ଼୍‌ନି ପ୍ରତିରୋପଣ ସମ୍ଭବ ହୋଇଥିଲା ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ ଲିମିଟେଡର କେନ୍ଦ୍ରୀୟ ଜୋନ୍‌ ସିଇଓ ସୁଧୀର ଏମ ଦିଗିକର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe