୧୬୩୨ଟି  ‘ଓମ୍‌’ର ଗ୍ରାଫିକ୍ସ ଡିଜାଇନ୍‌, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଘନଶ୍ୟାମ

Advertisment
୧୬୩୨ଟି  ‘ଓମ୍‌’ର ଗ୍ରାଫିକ୍ସ ଡିଜାଇନ୍‌, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଘନଶ୍ୟାମ

ବରଗଡ଼: ୧୬୩୨ଟି ‘ଓମ୍‌’ର ଗ୍ରାଫିକ୍ସ ଡିଜାଇନ୍‌ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ଘନଶ୍ୟାମ ମେହେର। ଗ୍ରାଫ୍‌ କାଗଜରେ ପେନସିଲ୍‌ ଦ୍ବାରା ବିଭିନ୍ନ ଡିଜାଇନ୍‌ କରିଥା’ନ୍ତି ଘନଶ୍ୟାମ। ଯାହାକି ଶାଢ଼ି ଡିଜାଇନ୍‌ରେ ବ୍ୟବହାର କରାଯାଇଥାଏ। ସୋନପୁର ଜିଲ୍ଲାର ମୂଳ ବାସିନ୍ଦା ଘନଶ୍ୟାମ ଏବେ ବରଗଡ଼ ପୌରାଞ୍ଚଳ ବ୍ରହ୍ମଚାରୀଠାରେ ରହୁଛନ୍ତି।

ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ହେଲେ ମଧ୍ୟ ଏବେ ତାଙ୍କ ପ୍ରତିଭା ଲାଗି ସେ ଚର୍ଚ୍ଚିତ। ଘନଶ୍ୟାମଙ୍କ ଅଙ୍କିତ କଳାକୃତି ‘ଓମ୍‌’କୁ ଗ୍ରାଫିକ୍ସରେ ଡିଜାଇନ୍‌ କରି ବାନ୍ଧ ଶାଢ଼ି ତିଆରି କରାଯାଇଥାଏ। ତେବେ ୨୦୧୫ ମସିହାରେ ତାଙ୍କ ଦ୍ବାରା କରାଯାଇଥିବା ୮୧ ହଜାର ଶଙ୍ଖ ଚିହ୍ନର ଗ୍ରାଫିକ୍ସ ଡିଜାଇନ ପାଇଁ ତାଙ୍କ ନାମ ଲିମ୍‌କା ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିଲା। ଯାହାକି ଏ ଯାଏଁ ଅତୁଟ ରହିଛି। ଘନଶ୍ୟାମ ଏବେ ୫ହଜାର ପ୍ରକାରର ଗ୍ରାଫିକ୍ସ ଡିଜାଇନରେ ‘ଓମ୍‌’ ଲେଖି ଗିନିଜ୍‌ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି।  ଏଯାଏଁ ସେ ୪ ହଜାର ପ୍ରକାରର ଡିଜାଇନ୍‌ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe