Advertisment

ଘଟଗାଁକୁ ଦୈନିକ ଲୋଡ଼ା ୨୦ ହଜାର ନଡ଼ିଆ: ମାନସିକଧାରୀଙ୍କୁ ବାଧୁଛି ଦର ବୃଦ୍ଧି

Advertisment

ମା’ ତାରିଣୀଙ୍କ ପ୍ରିୟ ଭୋଗ ନଡ଼ିଆ। ଘଟଗାଁ ଶକ୍ତି ପୀଠକୁ ଆସୁଥିବା ପ୍ରତ୍ୟେକ ଭକ୍ତ ମା’ଙ୍କ ପାଖରେ ନଡ଼ିଆ ଭୋଗ କରିଥାନ୍ତି। ଅନେକ ମାନସିକଧାରୀ ମଧ୍ୟ ଏଠାରେ ୧୦୮ ନଡ଼ିଆ ଭୋଗ ଲାଗି କରିଥାନ୍ତି।

ମା’ ତାରିଣୀଙ୍କ ପ୍ରିୟ ଭୋଗ ନଡ଼ିଆ। ଘଟଗାଁ ଶକ୍ତି ପୀଠକୁ ଆସୁଥିବା ପ୍ରତ୍ୟେକ ଭକ୍ତ ମା’ଙ୍କ ପାଖରେ ନଡ଼ିଆ ଭୋଗ କରିଥାନ୍ତି। ଅନେକ ମାନସିକଧାରୀ ମଧ୍ୟ ଏଠାରେ ୧୦୮ ନଡ଼ିଆ ଭୋଗ ଲାଗି କରିଥାନ୍ତି।

ddggdccvcv

ଘଟଗାଁ: ମା’ ତାରିଣୀଙ୍କ ପ୍ରିୟ ଭୋଗ ନଡ଼ିଆ। ଘଟଗାଁ ଶକ୍ତି ପୀଠକୁ ଆସୁଥିବା ପ୍ରତ୍ୟେକ ଭକ୍ତ ମା’ଙ୍କ ପାଖରେ ନଡ଼ିଆ ଭୋଗ କରିଥାନ୍ତି। ଅନେକ ମାନସିକଧାରୀ ମଧ୍ୟ ଏଠାରେ ୧୦୮ ନଡ଼ିଆ ଭୋଗ ଲାଗି କରିଥାନ୍ତି। ମାତ୍ର ନଡ଼ିଆର ଅହେତୁକ ମୂଲ୍ୟ ବୃଦ୍ଧି ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କୁ ଚିନ୍ତାରେ ପକାଇଛି। ଯେଉଁ ନଡ଼ିଆକୁ ମାନସିକଧାରୀ ୯ ଟଙ୍କାରେ (ଛୋଟ) ଓ ବଡ଼ ୨୦ରୁ ୩୦ ଟଙ୍କାରେ କିଣୁଥିଲେ ତାହା ଏବେ ତିନି ଗୁଣା ବଢ଼ିଛି। ବର୍ତ୍ତମାନ ମାନସିକଧାରୀ ଛୋଟ ନଡ଼ିଆ ଗୋଟାକୁ ୩୦ ଓ ବଡ଼ ନଡ଼ିଆକୁ ୪୦ ଟଙ୍କାରେ କିଣୁଛନ୍ତି। ଏଭଳି ମୂଲ୍ୟବୃଦ୍ଧି ଭକ୍ତଙ୍କୁ ବାଧୁଛି। ୧୦୮ ନଡ଼ିଆ ଭୋଗ କରୁଥିବା ଶ୍ରଦ୍ଧାଳୁଙ୍କୁ ଏବେ ୩୨୪୦ ଟଙ୍କା କିମ୍ବା ୪୩୦୦ ଟଙ୍କା କେବଳ ନଡ଼ିଆ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

ଚାହିଦା ମେଣ୍ଟାଉଛନ୍ତି ଆନ୍ଧ୍ର, ତାମିଲନାଡ଼ୁ

ରାଜ୍ୟର କୋଣ ଅନୁକୋଣରୁ ଦୈନିକ ୧୫ରୁ ୨୦ ହଜାର ମାନସିକ ନଡ଼ିଆ ମା’ ତାରିଣୀଙ୍କ ପାଖକୁ ଆସୁଛି। ସେହିପରି ଶ୍ରଦ୍ଧାଳୁମାନଙ୍କ ହିସାବକୁ ନେଲେ ‌ପୀଠରେ ଦୈନିକ ୨୦ ହଜାର ନଡ଼ିଆ ଭୋଗ ଲାଗି ହେଉଛି। ମନ୍ଦିର ସମ୍ମୁଖ ଏବଂ ରାସ୍ତାର ଉଭୟ ପାର୍ଶ୍ବରେ ତିନିଶହରୁ ଊର୍ଦ୍ଧ୍ବ ଭୋଗ ନଡ଼ିଆ ଦୋକାନ ରହିଛି। ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ଗୋଦାମ କରି ପାଇକାରୀ ଦୋକାନୀଙ୍କୁ ନଡ଼ିଆ ଯୋଗାଉଛନ୍ତି। ଦୁଇମାସ ହେବ ନଡ଼ିଆ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ଶ୍ରଦ୍ଧାଳୁଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ଏହି କାରଣରୁ ୧୦୮ ମାନସିକ ନଡ଼ିଆ ଭୋଗ ଲଗାଇବା ଶ୍ରଦ୍ଧାଳୁମାନଙ୍କ ପକ୍ଷରେ କଷ୍ଟକର ହେଉଛି। ଦରବୃଦ୍ଧି ଯୋଗୁଁ ଅଧିକାଂଶ ଶ୍ରଦ୍ଧାଳୁ ଗୋଟିଏ, ଦୁଇଟି ନଡ଼ିଆ ଭୋଗ ଲାଗି କରୁଛନ୍ତି। ପୂର୍ବରୁ ସାକ୍ଷୀଗୋପାଳ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଘଟଗାଁକୁ ନଡ଼ିଆ ଆସୁଥିଲା। ନଡ଼ିଆ ଅପେକ୍ଷା ପଇଡ଼ର ଚାହିଦା ଅଧିକ ରହୁଛି। ତେଣୁ ଚାଷୀମାନେ ପଇଡ଼ ବିକ୍ରି କରିଦେଉଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି। ଓଡ଼ିଶାରେ ଆବଶ୍ୟକତା ପୂରଣ ପାଇଁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ନଡ଼ିଆ ଆସୁଛି। ସେଠାରେ ଚୋପାଲଗା ନଡ଼ିଆ ଓଜନ କରାଯାଇ କିଲୋ ପ୍ରତି ଦରରେ ବିକ୍ରି କରାଯାଉଛି। ଯାହା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe