ଘେନୁପାଲି ରୋହିତ ହତ୍ୟା ମାମଲା: ଉତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ

Advertisment
ଘେନୁପାଲି ରୋହିତ ହତ୍ୟା ମାମଲା: ଉତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ

ସମ୍ବଲପୁର/ଯୁଯୁମୁରା/ପଡ଼ିଆବାହାଲ : ସଦର ଥାନା ଅନ୍ତର୍ଗତ ଘେନୁପାଲି ଗାଁର ଟେଣ୍ଟ ହାଉସ୍‌ ମାଲିକ ରୋହିତ ଭୋଇଙ୍କ ହତ୍ୟାକୁ ନେଇ ଗାଁରେ ଓ ସଦର ଥାନାରେ ତୁମୁଳ କାଣ୍ଡ ଦେଖିବାକୁ ମିିଳିଛି। ବ୍ୟବଚ୍ଛେଦ ପରେ ଶନିବାର ସଂଧ୍ୟାରେ ଗାଁରେ ଶବ ପହଞ୍ଚିବା ମାତ୍ରେ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ‌ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଝସକେତନ ଦେହୁରୀଙ୍କ ଘରକୁ ପ୍ରବଳ ଟେକା ପଥର ମାଡ଼ କରିବା ସହ ବାଇକ୍ ଇତ୍ୟାଦି ଭଙ୍ଗାରୁଜା କରିଥିଲେ ଓ ଘର ପାର୍ଶ୍ବରେ ଥିବା କାଠଘରେ ନିଆଁ ଲଗାଇ ଦେଇଥିଲେ। ସେହିପରି ଅପରାହ୍ନରେ ମୃତ ଦେହ ପ୍ରଥମେ ସଦର ଥାନାରେ ପହଞ୍ଚିବା ବେଳକୁ ଘେନୁୁପାଲି ଏବଂ ଆଖପାଖ ଗାଁର ବହୁ ପୁରୁଷ ଓ ମହିଳା ପହଞ୍ଚି ଥାନା ଘେରଉ କରିବା ସହ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଗାଁରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍‌କୁ ଲାଠି ମାଡ଼ ସହ ଟିୟର ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଛି। ଏସ୍‌ପି ସଂଜୀବ ଅରୋରାଙ୍କ ନେତୃତ୍ବରେ ବହୁ ପୁଲିସ୍‌ ଅଧିକାରୀ ଏବଂ ମାଜିଷ୍ଟ୍ରେଟ୍‌ ଉଭୟ ଥାନା ଓ ଗାଁକୁ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe