ସାନଭଉଣୀ ଦେହରେ ବଡ଼ଭଉଣୀର ପ୍ରେତାତ୍ମା ସବାର! ଓଗାଳୁଛି ମୃତ୍ୟୁ ରହସ୍ୟ

ସାନଭଉଣୀ ଦେହରେ ବଡ଼ଭଉଣୀର ପ୍ରେତାତ୍ମା ସବାର! ଓଗାଳୁଛି ମୃତ୍ୟୁ ରହସ୍ୟ

ବାହାନଗା: ମହିଳାଙ୍କ ମୃତ୍ୟୁ ହେଲା। ଏବେ ତାଙ୍କ ସାନଭଉଣୀ ମୃତ୍ୟୁର ରହସ୍ୟ କହୁଛି। ଲୋକେ ବିଶ୍ବାସ କରୁଛନ୍ତି କି କୁନି ଝିଅଟି ଦେହରେ ତା’ର ବଡ଼ ଭଉଣୀର ଅତୃପ୍ତ ଆତ୍ମା ପ୍ରବେଶ କରିଛି। ରେମୁଣା ବ୍ଲକ୍‌ ମହାରାଜପୁର ପଞ୍ଚାୟତ ବାଟିଟଙ୍କି ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ମହାରାଜପୁର ଗ୍ରାମର ଚନ୍ଦନ ବେହେରାଙ୍କୁ ବାଟିଟଙ୍କି ଗ୍ରାମର ଜ୍ୟୋତ୍ସ୍ନା (୨୨) ବିବାହ କରିଥିଲେ। ଗତ ଜୁନ୍‌ ୨୭ ତାରିଖ ଦିନ ଜ୍ୟୋତ୍ସ୍ନ‌ା (୨୨)ଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଛି କହି ଶାଶୂଘର ଲୋକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଝିଅକୁ ମାରିଦିଆଯାଇଛି ବୋଲି ଅଭିଯୋଗ ଆଣି ଜ୍ୟୋତ୍ସ୍ନାଙ୍କ ବାପଘର ଲୋକେ ଜୁଲାଇ ୨ ତାରିଖରେ ଖନ୍ତାପଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କଠାରେ ଅଭିଯୋଗ ମଧ୍ୟ ହୋଇଥିଲା। ଫଳରେ ଖନ୍ତାପଡ଼ା ପୁଲିସ ଚନ୍ଦନଙ୍କୁ ନେଇ ଅଟକ ରଖିଥିଲା। ହେଲେ ପରେ ତାଙ୍କୁ ଜ୍ୟୋତ୍ସ୍ନାଙ୍କ କ୍ରିୟାକର୍ମ ପାଇଁ ଛାଡ଼ି ଦେଇଥିଲା।

କ୍ରିୟାକର୍ମ ସରିଯିବା ପରେ ବି ଚନ୍ଦନ ଗ୍ରାମରେ ବୁଲାବୁଲି କରୁଛନ୍ତି। ଏ ନେଇ ଜ୍ୟୋତ୍ସ୍ନାଙ୍କ ପରିବାର ଲୋକ ଆଜି ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ପୁଣି ଅଭିଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଜ୍ୟୋତ୍ସ୍ନାଙ୍କ ବାପଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ଭଉଣୀ ଜ୍ୟୋତ୍ସ୍ନାଙ୍କୁ ତା’ର ଶାଶୂଘର ଲୋକ ଯୌତୁକ ଲୋଭରେ ମାରିଦେଇଛନ୍ତି ବୋଲି ସାନଭଉଣୀ କାନ୍ଦି କାନ୍ଦି କହୁଛି। ପରିବ‌ାର ଲୋକଙ୍କ କହିବା ମୁତାବକ, ଜ୍ୟୋତ୍ସ୍ନାଙ୍କ ସାନଭଉଣୀ ଦେହରେ ତାଙ୍କ ଅତୃପ୍ତ ଆତ୍ମା ଆଶ୍ରା ନେଇଛି। ଯାହାର ପ୍ରଭାବରେ ଝିଅଟି ତା’ ଭଉଣୀର ମୃତ୍ୟୁ ରହସ୍ୟ ବୟାନ କରୁଛି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡି‌ଆରେ ବର୍ତ୍ତମାନ ଭାଇରାଲ୍‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe