ପ୍ରବଳ ଜାଡ଼ରେ ଥରୁଛି ଘୁ.ଉଦୟଗିରି; ହାତ-ଗୋଡ଼ କାଲୁଆ ମାରୁଛି, ସଞ୍ଜ ନଇଁଲେ ନିଆଁ ପାଖରେ ଲୋକଙ୍କ ଭିଡ଼

ପ୍ରବଳ ଜାଡ଼ରେ ଥରୁଛି ଘୁ.ଉଦୟଗିରି; ହାତ-ଗୋଡ଼ କାଲୁଆ ମାରୁଛି, ସଞ୍ଜ ନଇଁଲେ ନିଆଁ ପାଖରେ ଲୋକଙ୍କ ଭିଡ଼

ଘୁ.ଉଦୟଗିରି: ଦିନକୁ ଦିନ ପାରଦ ତଳ ମୁଁହା ହେବାରେ ଲାଗିଛି। ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ସହ ଜାଡ ଆରମ୍ବ ହୋଇଯାଇଛି। ସନ୍ଧ୍ୟା ସମୟରେ ବଜାର ଓ ରାସ୍ତାରେ ଖାଁ ଖାଁ ଲାଗୁଛି। ନିଆଁ ପାଖରେ ଲୋକଙ୍କ ଭିଡ଼ ଜମିବା ସହ ରାସ୍ତାଘାଟ ଜନଶୂନ୍ୟ ରହୁଥିବା ଦେଖୁବାକୁ ମିଳୁଛି। ବଡି ଭୋରରୁ ସହରବାସୀ ଚାଲିବା ପାଇଁ ବିଭିନ୍ନ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ସ୍ଥାନୀୟ ଖେଳ ପଡ଼ିଆରେ ଯୁବଗୋଷ୍ଠୀ ଖେଳକୁଦ ଓ ବ୍ୟାୟାମ କରୁଥିବା ଦେଖୁବାକୁ ମିଳୁଛି। ସକାଳୁ ସକାଳୁ ସହରର ବିଭିନ୍ନ ଚା’ ଦୋକାନରେ ନିଆଁ ଲଗେଇ ନିଆଁ ପାଖରେ ବସି ଚାହା ପିଇ ଖଟି ବି ଚାଲୁଛି। ରାତି ବଢ଼ିଲେ କୁହୁଡ଼ି ବଢିବା ସହ ଶୀତ ବଢୁଛି। ହାତ-ଗୋଡ଼ କାଲୁଆ ମାରୁଛି ବିନା ଶୀତବସ୍ତ୍ରରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି।

publive-image

ଗତ ତିନିଦିନ ହେଲା ଲଗାତାର ପାରଦ ଖସିବାରେ ଲାଗିଛି। ଓଡ଼ିଶାର କଶ୍ମୀର ‘ଦାରିଙ୍ଗବାଡ଼ି’ରେ ଲୋକେ ଶୀତଦାଉରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ଓ କାଠଜାଳି ନିଆଁ ପାଖରେ ବସୁଛନ୍ତି। ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର ଅବସ୍ଥା ମଧ୍ୟ ସମାନ। ଏଠାରେ ତାପମାତ୍ରା ୮ଡିଗ୍ରି ରେକର୍ଡ କରାଯାଇଛି। ଥଣ୍ଡାର ପ୍ରକୋପ ବଢିବା ସହ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଛୁଟି ଦିନ ମାନଙ୍କରେ ପର୍ଯ୍ୟଟନ ସ୍ଥଳ, ଝରଣା, ଜଙ୍ଗଲ, ଝାଉଁ ବଣ, କଳିଙ୍ଗା ଘାଟିରେ ବଣଭୋଜି ଜମିବାରେ ଲାଗିଛି।

publive-image

ଆଗକୁ ପାରଦ ଆହୁରି କମିବା ସହ ଶୀତ ଆହୁରି ବଢିବା ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ। କୁହୁଡିର ବଳୟ ଭିତରେ ସାରା ଅଞ୍ଚଳ ରହୁଥିବା ବେଳେ ରାସ୍ତାରେ ଗାଡିମଟର ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ସହରରେ ଦୂର ଦୁରାନ୍ତକୁ ଯିବାକୁ ଯାତ୍ରୀବାହୀ ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପ୍ରବଳ ଥଣ୍ଡା ଯୋଗୁଁ କାରଣ ସହରରେ ଯାତ୍ରୀ ବିଶ୍ରାମ ଗୃହ ନାହିଁ। ବସ ଥଣ୍ଡା କାକରରେ ଖୋଲା ଆକାଶ ତଳେ ଠିଆ ହୋଇ ବସ କୁ ଅପେକ୍ଷା କରିବାକୁ ପଡେ। କିଏ ଯଦି କେଉଁଠି ନିଆଁ ଲଗାଏ ତାହାହେଲେ ନିଆଁ ଭରଷାରେ କିଛି ସମୟ ଥଣ୍ଡାରୁ ମୁକ୍ତି ମିଳିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe