Youtube On Repeat
ଭୁବନେଶ୍ୱର: ଏଣିକି ଓଡ଼ିଶା ଛାତି ବାଡ଼େଇ କହିବ ରସଗୋଲା ଆମର। ଯେଉଁଠି, ଯେତେବେଳେ, ଯିଏ ପ୍ରଶ୍ନ କରିବ ରସଗୋଲା କାହାର? ଉତ୍ତରରେ ଆପେ ଆପେ ପାଟିରୁ ବାହାରି ପଡିବ ଓଡ଼ିଶାର। କାରଣ ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ। ଓଡ଼ିଶାର ରସଗୋଲା ପାଇଛି ଭୌଗଳିକ ପରିଚୟ। ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିଛି। ଆଉ ଓଡ଼ିଶାକୁ ଏହି ମାନ୍ୟତା ମିଳିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଲାଗିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାପରେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳୀର ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଆନନ୍ଦ ପ୍ରକାଶ କରିଛନ୍ତି।
ତେବେ ଓଡ଼ିଶାକୁ ମାନ୍ୟତା ମିଳିବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଛି ଏହି ପ୍ରସଙ୍ଗ। ଟ୍ଵିଟରରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପୋଷ୍ଟ କରି ନିଜ ନିଜର ମତ ରଖିଛନ୍ତି। ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ଛେନାରେ ତିଆରି ଏହି ରସଗୋଲାକୁ ସାରା ବିଶ୍ୱରେ ଥିବା ଓଡ଼ିଆ ଖାଇବାକୁ ଭଲପାଆନ୍ତି। ବର୍ଷ ବର୍ଷ ଧରି ଏହି ରସଗୋଲା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି।
Follow Us