ଭକ୍ତ ନିବାସରେ ଅତିଥିଙ୍କୁ ଦିବ୍ୟ ଉପହାର

ଭକ୍ତ ନିବାସରେ ଅତିଥିଙ୍କୁ ଦିବ୍ୟ ଉପହାର

ପୁରୀ : ଏଣିକି ଭକ୍ତ ନିବାସକୁ ଆସୁଥିବା ଅତିଥିଙ୍କୁ ଫୁଲ ଚନ୍ଦନ ସହ ସ୍ବାଗତ କରାଯିବ। ଏଥିସହ ଭକ୍ତ ନିବାସରୁ ବିଦାୟ ବେଳେ ରଥକାଠ, ରଥ ଦଉଡ଼ି, ରଥ କନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ। ଭକ୍ତ ନିବାସକୁ ଆସୁଥିବା ଅତିଥିମାନଙ୍କୁ ସ୍ବତନ୍ତ୍ର ଅନୁଭୂତି ସହ ପୁରୀର କିଛି ସନ୍ତକ ଦେବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଆରା ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସମସ୍ତ ୪ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତ ବିନିମୟ କରିବା ସହ ସେମାନଙ୍କୁ ଏହି ଦିବ୍ୟ ଉପହାର ଦେଇ ବିଦାୟ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏଇ ନିଆରା ପଦକ୍ଷେପକୁ ଅତିଥିମାନେ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଏହି ଅତିଥି ଦେବୋ ଭବଃ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe