ହୀରାକୁଦ ବିସ୍ଥାପିତଙ୍କୁ ଉପହାର: ତୃତୀୟ ପିଢ଼ିକୁ ନ୍ୟାୟ, ପୂଜାରୀପାଲି-ଜରିମୂଳି ସମ୍ପର୍କ ସେତୁର ଶିଳାନ୍ୟାସ

Advertisment

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲିରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଜରିମୂଳିକୁ ସଂଯୋଗ କରିବାକୁ ଥିବା ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ପର୍କ ସେତୁର ଶିଳାନ୍ୟାସ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲିରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଜରିମୂଳିକୁ ସଂଯୋଗ କରିବାକୁ ଥିବା ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ପର୍କ ସେତୁର ଶିଳାନ୍ୟାସ ହୋଇଛି।

bcnb

ଝାରସୁଗୁଡ଼ା/ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲିରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଜରିମୂଳିକୁ ସଂଯୋଗ କରିବାକୁ ଥିବା ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ପର୍କ ସେତୁର ଶିଳାନ୍ୟାସ ହୋଇଛି। ଗୁରୁବାର ଭୁବନେଶ୍ବରରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଭିଖମପାଲି ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପ ପାଇଁ ସ୍ବପ୍ନ ଦେଖିଥିବା ବହୁ ବ୍ୟକ୍ତି ତଥା ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ।

ମହାନଦୀର ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହେବାକୁ ଥିବା ରାଜ୍ୟର ଏହି ଦୀର୍ଘତମ ସେତୁ ହୀରାକୁଦ ବିସ୍ଥାପିତଙ୍କ ତୃତୀୟ ପିଢ଼ି ରହୁଥିବା ଉଭୟ ଜିଲ୍ଲାର ଲୋକଙ୍କୁ ଯୋଡ଼ିବାରେ ସହାୟକ ହେବ। ଏହି ପ୍ରକଳ୍ପ ପାଇଁ ୨୭୪ କୋଟି ଟଙ୍କା ଅଟକଳ କରାଯାଇଛି। ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ହୀରାକୁଦ ନଦୀବନ୍ଧ ଯୋଜନାର ବିସ୍ଥାପନ ପୃଥିବୀର ସର୍ବବୃହତ ବିସ୍ଥାପନ ବୋଲି କହିଥିଲେ। ଯେଉଁଥିରେ ୨୬ ହଜାର ପରିବାରର ୧ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ। ରାତାରାତି ହୋଇଥିବା ଏହି ବିସ୍ଥାପନ ଯୋଗୁଁ ଭାଇ ଭାଇଠାରୁ, ବାପ ପୁଅଠାରୁ ଅଲଗା ହୋଇ ଯାଇଥିଲେ। କିଏ ବରଗଡ଼ ତ କିଏ ଲଖନପୁର ଓ କିଛି ଛତିଶଗଡ଼ରେ ଯାଇ ପହଞ୍ଚିଥିଲେ। ଜଳଭଣ୍ଡାର ଯୋଗୁଁ ସେମାନଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ବି‌ଶେଷ କରି ଅମ୍ବାଭୋନାରୁ ଲଖନପୁର ମଧ୍ୟରେ ଦୂରତା ପ୍ରାୟ ଶହେ କିମି ବଢ଼ି ଯାଇଥିଲା। ବିସ୍ଥାପିତଙ୍କ ପ୍ରଥମ ଓ ଦ୍ୱିତୀୟ ପିଢ଼ି ଲୋକ ଏହି ସେତୁର ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାହା ହୋଇପାରି ନଥିଲା।

ଏବେ ତୃତୀୟ ପିଢ଼ି ଏହି ସମ୍ପର୍କର ସେତୁରେ ଯୋଡ଼ି ହେବାକୁ ଯାଉଥିବା ଶ୍ରୀ ପୂଜାରୀ କହିଥିଲେ। ଏହି ସେତୁ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ମନାଇବାରେ ସଫଳ ହେବା ପରେ ଅନୁଦାନ ଘୋଷଣା ହୋଇଥିଲା। କିନ୍ତୁ ସେତୁ ନିର୍ମାଣକୁ ନେଇ ସମସ୍ୟା ଦେଖାଦେଇଥିଲା। ମାତ୍ର ଶ୍ରୀ ପୂଜାରୀ ମନ୍ତ୍ରୀ ହେବା ପରେ ଉକ୍ତ ସମସ୍ୟାର ସମାଧାନ ହୋଇଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ବାସ୍ତବ ରୂପ ନେଇଥିବା କହିଥିଲେ। ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସେତୁ ନିର୍ମାଣ ପାଇଁ ବିଭିନ୍ନ ସମୟରେ ପ୍ରୟାସ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରମୋଦ ସେନାପତି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରଜରାଜନଗର ନଗରପାଳ ଗୋପାଳ ସିତାନୀ, ଜିଲ୍ଲାପରିଷଦ ସଦସ୍ୟ ସନତ ସିଂହ, ବେଲପାହାଡ଼ ନଗରପାଳ ନିମାଇଁ ପଣ୍ଡା, ଲଖନପୁର ବ୍ଲକ୍‌ ଚେୟାରମ୍ୟାନ ହୁତେଶ୍ୱରୀ ତିହିରିଆ, ରାୟଗଡ଼ର ପୂର୍ବତନ ବିଧାୟକ ବିଜୟ ଅଗ୍ରୱାଲ, ବିଜେପି ନେତା ସୁଧାଂଶୁ ଦୋରା, ମଙ୍ଗଳ ସାହୁ, ଚକାନନ ସା, ଅନିଲ ସାହୁ, ପ୍ରବୀଣ ଶ୍ରୀବାସ୍ତବ, ଟିକୈତ ସାହୁ, ସୁଶାନ୍ତ ଚଇନି, ସଞ୍ଜୀବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe