ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଭେଟିଲେ ଗିରୀଶ

Advertisment
ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଭେଟିଲେ ଗିରୀଶ

ଭୁବନେଶ୍ବର : ଭାରତର ମହାଲେଖାନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଏହି ଭେଟଘାଟ ସୌଜନ୍ୟମୂଳକ ଥିଲା। ଶ୍ରୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଇଛି। ଶ୍ରୀ ମୁର୍ମୁଙ୍କ ସହିତ ଓଡ଼ିଶା ଦାୟିତ୍ବରେ ଥିବା ପ୍ରିନ୍‌ସପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଉଲ୍ଲେଖ୍ୟଯୋଗ୍ୟ ଯେ ଶ୍ରୀ ମୁର୍ମୁ ଗତକାଲି ରାଜଭବନକୁ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମଧ୍ୟ ଭେଟିଥିଲେ। ଶ୍ରୀ ମୁର୍ମୁଙ୍କ ଘର ମୟୂରଭଂଜ ଜିଲ୍ଲାରେ। ସିଏଜି ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe