ଗିରୀଶଚନ୍ଦ୍ରଙ୍କୁ ଢେଙ୍କାନାଳ ଆଇଆଇଏମ୍‌ସିର ଦାୟିତ୍ୱ

Advertisment
ଗିରୀଶଚନ୍ଦ୍ରଙ୍କୁ ଢେଙ୍କାନାଳ ଆଇଆଇଏମ୍‌ସିର ଦାୟିତ୍ୱ

Shiksha

ଢେଙ୍କାନାଳ: ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଢେଙ୍କାନାଳରେ ଲାଗି ରହିଥିବା ଅବ୍ୟବସ୍ଥା ଦୂର କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂତନ ଭାବେ ଇଣ୍ଡିଆନ୍‌ ଇନ୍‌ଫର୍‌ମେସନ୍‌ ସର୍ଭିସ୍‌ (ଆଇଆଇଏସ୍‌) ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେଣ୍ଟ୍ରାଲ୍ ବ୍ରଡ୍‌କାଷ୍ଟିଂ ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇଆଇଏସ୍‌ ଗିରୀଶଚନ୍ଦ୍ର ଦାଶଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି ନିର୍ଦ୍ଦେଶ ପରେ ଶ୍ରୀ ଦାଶ ଢେଙ୍କାନାଳ ଆଇଆଇଏମ୍‌ସିକୁ ଆସି ପରିଦର୍ଶନ କରି ଫେରିଯାଇଥିବା ଜଣାଯାଇଛି। ଢେଙ୍କାନାଳ ଶାଖାରେ ଜଣେ ଆଇଆଇଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିବା ପରିଚାଳନାଗତ ତ୍ରୁଟିରେ ସୁଧାର ଆସିବ ବୋଲି ଆଲୋଚନା ହେଉଛି ।

ପ୍ରକାଶ ଥାଉକି, ଆଇଆଇଏମ୍‌ସି ଢେଙ୍କାନାଳ ଦୀର୍ଘଦିନ ଧରି ନାନା ସମସ୍ୟା ମଧ୍ୟରେ ଗତିକରିଆସୁଛି। ଦୁର୍ବଳ ଭିତ୍ତିଭୂମି ସହ ଅଧ୍ୟାପକ ଅଭାବ, ଅଣ-ଶିକ୍ଷକ ଓ କର୍ମଚାରୀକୁ ନେଇ ଅନୁଷ୍ଠାନ ଚାଲିଥିବା ଅଭିଯୋଗ ହେଇଥିଲା। ଏ ନେଇ ଗତ ସେପ୍ଟେମ୍ବର ମାସରେ ଏଡିଜିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଢେଙ୍କାନାଳ ଆଇଆଇଏମ୍‌ସିରେ ପହଞ୍ଚି ସମୀକ୍ଷା କରିଥିଲେ। ବିଭିନ୍ନ ସମସ୍ୟା ସହ ସ୍ୱଚ୍ଛତା ରହୁ ନଥିବା ସଂପର୍କରେ ପୁରାତନ ଛାତ୍ରଛାତ୍ରୀ ଏଡିଜିଙ୍କୁ ଅଭିଯୋଗ କରିଥିଲେ। ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଉଦ୍ୟମ କରିବେ ବୋଲି ଏଡିଜି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe