ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର ଗୁଣ୍ଡିଚା ମନ୍ଦିର ନିକଟ ଲାଞ୍ଜିବନ୍ଧ ପୋଖରୀରେ ବୁଡ଼ି ଜଣେ ଦେଢ଼ବର୍ଷର ଶିଶୁକନ୍ୟା ପ୍ରାଣ ହରାଇଛି। ମୃତକଜଣକ ହେଉଛି, ଗୁଣ୍ଡିଚା ମନ୍ଦିର ସାହିର ଦଣ୍ଡପାଣି ବେହେରାଙ୍କ ଝିଅ ଗାୟତ୍ରୀ। ଗାୟତ୍ରୀ ଆଜି ସକାଳେ ତା’ର ମାଆ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ବୁଡ଼ିଯାଇଥିଲା। ପରିବାରବର୍ଗ ତାକୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖଲ୍ଲିକୋଟ ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ
Advertisment
Follow Us