The Indian Express
ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ପାଖର ପଂଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ପାଖର ପଂଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ ବଦ୍ରି ଖେଳୁଥିବା ବେଳେ ନିକଟସ୍ଥ ଗଡ଼ିଆରେ ପଡିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ବଦ୍ରିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଉକ୍ତ ପୋଖରୀରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ଅନନ୍ତପୁର ଥାନାକୁ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ବାବଦରେ ପୁଲିସ ଏକ ମାମଲା ରୁଜୁ କର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us